38.8 C
Bhubaneswar
Friday, April 19, 2024
HomeUncategorizedରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ପ୍ରାୟ ୫୦ ମିଟର ଦୂରରେ ଚାଲିଛି ବେଆଇନ ପଥର ଖନନ, ପ୍ରଶାସନ...

ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ପ୍ରାୟ ୫୦ ମିଟର ଦୂରରେ ଚାଲିଛି ବେଆଇନ ପଥର ଖନନ, ପ୍ରଶାସନ ନିରବ

ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ ଅନ୍ତର୍ଗତ ଘୋଡାଖୁଣ୍ଟା ପଂଚାୟତର ଗ୍ରାମ୍ୟ ଜଙ୍ଗଲ ନିକଟରେ ଥିବା ପାହାଡ଼ ଟି ଯାହାର ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ନିଲାମ ହୋଇ ନଥିବା ସତ୍ତ୍ୱେ ସେଠାରେ ବେଆଇନ ଭାବେ ପାହାଡ଼ ଖନନ କରି ଦିନକୁ ଦିନ ଟ୍ରାକ୍ଟର ଯୋଗେ ପଥର ଚାଲାଣ ଚାଲିଛି।ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ରୁ ପ୍ରାୟ ୫୦ ମିଟର ଦୂରରେ ଚାଲିଛି ବେଆଇନ ପଥର ଖନନ କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର କାର୍ଯନୁଷ୍ଠାନ କୋରା ନଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତକାଲି ମଧ୍ୟ ଘୋଡାଖୁଣ୍ଟ ସରପଞ୍ଚଙ୍କ ଟ୍ରାକ୍ଟର (OD 24f 5295 )ରେ ପଥର ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା । ଘୋଡାଖୁଣ୍ଟା ପଂଚାୟତ ର କିଛି ମୁଷ୍ଟି ମେୟ ବକ୍ତି ଏହି କାମରେ ସକ୍ରିୟ ହୋଇ ଉଠିଥିବା ଦେଖାଯାଉଛି। ଯାହା ଦ୍ୱାରା ସରକାର ଙ୍କ ଅନେକ ରାଜସ୍ବ ହାନି ଘଟୁଛି। ଏହାକୁ ଯଥାଶୀଘ୍ର ବନ୍ଦ କରା ନଗଲେ ଆଗାମୀ ଦିନରେ ସରକାର ଙ୍କ ବ୍ୟାପକ ରାଜସ୍ବ ହାନି ଘଟିବା ଆସଙ୍କା ରହିଛି।ରାଜସ୍ୱ ଅଧିକାରୀ ଏବଂ କିଛି ମୁଷ୍ଟି ମେୟ ବେକ୍ତିଙ୍କ ସଲା ସୁତରରେ ସବୁ କମ ଚାଲୁଥିବାର ଆଶଙ୍କା କରୁଛନ୍ତି ସ୍ଥାନୀୟ ବାସିନ୍ଦା ମାନେ । ଏବିଷୟ ରେ ଜାଣିବା ପାଇଁ ଘୋଡାଖୁଣ୍ଟା ରାଜସ୍ବ ନିରୀକ୍ଷକ ସୁବ୍ରତ ମିସ୍ତ୍ରୀଙ୍କ ସହିତ ବାରମ୍ବାର ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିବା ପରେ ଯୋଗାଯୋଗ ହୋଇ ପାରି ନାହିଁ । ଏ ସମ୍ବନ୍ଧରେ କୌଣସି ଖବର ଡାବୁଗାଁ ତହସିଲଦାର ଙ୍କ ପାଖରେ ନଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି।ତେଣୁ ଅଞ୍ଚଳବାସୀ ତଦନ୍ତ କରିବା ପାଇଁ ଏବଂ ଜିଲ୍ଲା ପାଳ ଙ୍କୁ ଜଣାଇବା ପାଇଁ ନିଷ୍ପତ୍ତି ନେଇଥିବା ମତବ୍ୟକ୍ତ କରିଛନ୍ତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking