38.1 C
Bhubaneswar
Tuesday, April 23, 2024
Homeଓଡିଶାଚାନ୍ଦାହାଣ୍ଡି ପଂଚାୟତ ସମିତି ବୈଠକ

ଚାନ୍ଦାହାଣ୍ଡି ପଂଚାୟତ ସମିତି ବୈଠକ

ନବରଙ୍ଗପୁର : ବିଡ଼ିଓ ଧର୍ମରାଜ ମାଝୀଙ୍କ ନେତୃତ୍ୱରେ ବ୍ଲକ ସଭା ଗୃହଠାରେ ଅନୁଷ୍ଠିତ ହାଇଯାଇଛି। ବ୍ଲକ ଅଧ୍ୟକ୍ଷ ଟିକମସିଂ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ପାଢ଼ୀ, ବ୍ଲକ ଉପାଧ୍ୟକ୍ଷା ସୁଭଦ୍ରା ସିହ୍ନା, ଜିଲ୍ଲାପରିଷଦ ସଭ୍ୟ ଶ୍ୟାମ ସୁନ୍ଦର ମାଝା ଓ ସନିନ୍ଦ୍ର କୁମାର ସୋରୀ, ବିଡିଓ ଧର୍ମରାଜ ମାଝୀ ଭାରପ୍ରାପ୍ତ ଗୋଷ୍ଠୀ ଚିକିତ୍ସାଧିକାରୀ ସଂଗ୍ରାମ କେଶରୀ ସାହୁ ପ୍ରମୁଖ ମଂଚାସୀନ ଥିଲେ। ପ୍ରାରମ୍ଭରେ ପୂର୍ବ ବୈଠକର ବିବରଣୀ ଶରଧାପୁର ପିଇଓ ବିଜୟ ବେହେରା ପାଠ କରିଥିଲେ। କରୋନା କଟକଣା ଯୋଗୁଁ ଦୀର୍ଘଦିନର ବ୍ୟବଧାନ ପରେ ଅନୁଷ୍ଠିତ ଏହି ବୈଠକରେ ଉପସ୍ଥିତ ସଦସ୍ୟଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ସରକାରୀ ଅଧିକାରୀମାନେ ନାକେଦମ୍ ହୋଇଥିଲେ। ବିଶେଷ କରି ଚନ୍ଦାହାଣ୍ଡି ବ୍ଲକରେ କାର୍ଯ୍ୟରତ ଭାରପ୍ରାପ୍ତ ଏପିଇଓ କାହାକୁ ନଜଣାଇ ଏଭଳିକି ଅଫିସ ଚାବି ମଧ୍ୟ କାହାକୁ ନଦେଇ କୁଆଡ଼େ ଚାଲି ଯାଇଥିବାରୁ ସଭ୍ୟମାନେ କ୍ଷୋଭ ପ୍ରକାଶ କରିବା ସହ ହଟ୍ଟଗୋଳକରିଥିଲେ । ତୁରନ୍ତ ଏହାର ବିକଳ୍ପ ବ୍ୟବସ୍ଥା କରି ଅନ୍ୟଜଣଙ୍କୁ ଏପିଇଓ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ ଅଡ଼ି ବସିଥିଲେ । ଏଥିସହ ବିନା ପଲ୍ଲୀସଭା ଓ ଗ୍ରାମସଭାରେ ପ୍ରକଳ୍ପ ସବୁ ସଂଜୁର ହୋଇ କାର୍ଯ୍ୟ ହେଉଥିଲେ ହେଁ ଲୋକପ୍ରତିନିଧିମାନେ ଏ ସମ୍ପର୍କରେ କିଛି ଜାଣିନଥିବା ଅଭିଯୋଗ କରିଥିଲେ । ଏଥିସହ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ନିର୍ଦ୍ଧାରଣ କରି ଏହାର ଏକ ତାଲିକା ପ୍ରସ୍ତୁତ କରିବା ପାଇଁ ଦାବି କରିଥିଲେ । ଏହାପରେ ବିଡ଼ିଓ ଧର୍ମରାଜ ମାଝୀ ଏସଏଫସି ଯୋଜନାରୁ । ୯୩ଲକ୍ଷ ୩୮ହଜାର ଓ ସିଏଫସି ଯୋଜନାରେ ୫୬ଲକ୍ଷ ୫୩ ହଜାର ସଂଜୁର ହୋଇଥିବା ବେଳେ ୫୦ପ୍ରତିଶତ ଅନୁଦାନ ବ୍ଲକରେ ଥିବା ୧୭ଟି ଉଚ୍ଚବିଦ୍ୟାଳୟର ଶ୍ରେଣୀଗୃହ ଓ ରୋଷେଇ ଘରମରାମତି ସହ ସାଇକଲ ଷ୍ଟାଣ୍ଡ ନିର୍ମାଣ , ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାଇଖାନା ନିର୍ମାଣ , ଆଲୋକୀକରଣ ଓ ପାନୀୟ ଜଳର ବ୍ୟବସ୍ଥା ନିମନ୍ତେ ଖର୍ଚ୍ଚ କରିବାକୁ ସଦସ୍ୟ ମାନଙ୍କ ମତାମତ ଲୋଡ଼ିଥିଲେ । ଯାହାକୁ ସମସ୍ତ ସଦସ୍ୟ ସହମତି ଦେଇଥିଲେ । ବ୍ଲକର ୧୦ଟି ଗ୍ରାମାଂଚଳ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବା ସହ ବିଜୁବାବୁଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ କରିବା ନିମନ୍ତେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରମୋଦ ପାଢ଼ୀ ପ୍ରସ୍ତାବ ଆଗତ କରିଥିଲେ । ବୈଠକ ଶେଷରେ ପାଟଖଲିଆ ଗ୍ରାମର ଦିବ୍ୟାଙ୍ଗ ମହିଳା ସରାଦି ପୋରଟିଙ୍କୁ ଙ୍କିଲ ଚେୟାର ବିଧାୟକ ଶ୍ରୀ ମାଝୀ ପ୍ରଦାନ କରିଥିଲେ । ବୈଠକରେ ସମିତି ସଭ୍ୟ ଝୁମୁକଲାଲ ସାହୁ , ତ୍ରିନାଥ ଦାଶ , ନୀଳମଣି ଗୌଡ଼ , ସରପଞ୍ଚ ଲଛମନ ମାଝୀ ହର ପୂଜାରୀ , ପ୍ରମିଳା ପୂଜାରୀ , ବିଇଓ ଭଜନଲାଲ ମାଝା , ପଶୁ ଚିକିତ୍ସା ଅଧିକାରୀ ସିନିଗୋ ମୁମୁଁ , କୃଷି ଅଧିକାରୀ ପ୍ରଶାନ୍ତ ବାଘ , ଭାରପ୍ରାପ୍ତ ବିଏସଏସଓ ପ୍ରକାଶ ଜାଲି , କନିଷ୍ଠ ଯନ୍ତ୍ରୀ ବିନୋଦ ବେହେରାଙ୍କ ସମେତ ବ୍ଲକର ସମସ୍ତ ସରପଂଚ , ସମିତି ସଭ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking