29.1 C
Bhubaneswar
Sunday, May 19, 2024
Homeଓଡିଶାରାଞ୍ଚିକୁ ଗଲା ‘ୟାଶ୍‌’

ରାଞ୍ଚିକୁ ଗଲା ‘ୟାଶ୍‌’

ଭୁବନେଶ୍ୱର : ଡିପ୍ ଡିପ୍ରେସନ୍‌ରେ ପରିଣତ ହୋଇ ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳକୁ ଚାଲିଯାଇଛି ‘ୟାଶ୍‌’ । ପ୍ରଭାବରେ ଝାଡ଼ଖଣ୍ଡ, ବିହାର ଓ ପଶ୍ଚିମବଙ୍ଗର ବିଭିନ୍ନ ଅଞ୍ଚଳରେ ବର୍ଷା ପବନ ହୋଇଥିବା ଭାରତୀୟ ପାଣିପାଗ ସଂସ୍ଥାନ(ଆଇଏମ୍‌ଡି) ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳରେ ବାତ୍ୟାର ପ୍ରକୋପ ଗୁରୁବାର ସକାଳେ ଦେଖିବାକୁ ମିଳିଥିଲା । ପବନର ଗତି ସେତେ ପ୍ରଭାବଶାଳୀ ନଥିଲେ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ କ୍ଷୟକ୍ଷତି କରିଥିଲା । ବାତ୍ୟା ପ୍ରଭାବରୁ ଦକ୍ଷଣ ପଶ୍ଚିମ ମୌସୁମୀ ପାଇଁ ବାଟ ଫିଟିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ମୌସୁମୀ କେରଳ ଛୁଇଁବ ବୋଲି ଆଇଏମ୍‌ଡି କହିଛି । ବିସ୍ତୃତ୍ୱ ସୂଚନା ମୂତାବକ, ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଳଦ୍ୱୀପ କମୋରିନ୍ ଅଞ୍ଚଳ ସହ ଦକ୍ଷିଣପଶ୍ଚିମ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ହେଉଛି।

ଦକ୍ଷିଣପୂର୍ବ ବଙ୍ଗୋପସାଗର ଏବଂ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରର କେତେକ ଅଞ୍ଚଳରେ ଗୁରୁବାର ସକାଳୁ ଦକ୍ଷିଣପଶ୍ଚିମ ବାୟୁ ସକ୍ରିୟ ହୋଇଛି । ମେ ୩୧ ସୁଦ୍ଧା ଦକ୍ଷିଣମୌସୁମୀ ବାୟୁ କେରଳ ଛୁଇଁବା ନେଇ ସ୍ଥିତି ଉପୁଜିଥିବା ଆଇଏମ୍‌ଡି ଆକଳନ କରିଛି ।
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଥିବାବେଳେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୫୪ ଘଣ୍ଟା ପାଇଁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଆସନ୍ତା ୩୦ ତାରିଖରୁ ପୁଣି କାଳବୈଶଖୀ ନେଇ ୱାର୍ଣ୍ଣିଂ ଜାରି ହୋଇଛି । ୩୦ରୁ ଉତ୍ତର ଉପକୂଳ ସହ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା ଘଡ଼ିଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି ।

କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ସେହିପରି ୩୧ ତାରିଖ ପାଇଁ କାଳବୈଶାଖୀ ନେଇ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର ଓ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୨ରୁ ୩ ଦିନ ଯାଏ ଉତ୍ତର ଉପକୂଳରେ ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । ଅପରପକ୍ଷେ ରାଜ୍ୟରେ ଏବେ ପାଗ ସ୍ୱାଭାବିକ୍ ରହିଛି । ପାରଳାଖେମୁଣ୍ଡିରେ ପାରଦ ୪୧ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଭବାନୀପାଟଣାରେ ୪୦.୭ ଡିଗ୍ରୀ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking