22.1 C
Bhubaneswar
Wednesday, January 29, 2025
Homeଅପରାଧଫୋନ୍ କଲ୍‌ରେ ସାଇବର ଠକ, ଭଡ଼ା ଘର ଦେବା ନାଁରେ ଲୁଟ୍‌କୁ ନେଇ ସାବଧାନ

ଫୋନ୍ କଲ୍‌ରେ ସାଇବର ଠକ, ଭଡ଼ା ଘର ଦେବା ନାଁରେ ଲୁଟ୍‌କୁ ନେଇ ସାବଧାନ

ଭୁବନେଶ୍ୱର: ବିଭିନ୍ନ ମାଧ୍ୟମରେ ହେଉଛି ସାଇବର ଠକେଇ । ପ୍ରତ୍ୟେକ କ୍ଷେତ୍ରରେ ଦେଶର କୋଣ ଅନୂକୋଣରେ ଘୁରିବୁଲୁଛନ୍ତି ସାଇବର ଠକ । କେତେବେଳେ ସିମ୍‌କାର୍ଡ ଆକ୍ଟିଭ କରିବା କଲ୍ କରି ତ କେତେବେଳେ ଲୋନ୍ ଦେବା କହି । ତେବେ ପୁଣି ଏକ ମାଧ୍ୟମରେ ହୋଇଛି ସାଇବର ଠକ । ଭଡ଼ା ଘର ଯୋଗାଇବା ଦଲାଲ୍ ସାଜି ସାଇବର ଠକ ଶିକାର ପାଇଁ ବିଛାଉଛନ୍ତି ଜାଲ ।
ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଲୋକଙ୍କୁ ଏହି ସଚେତନ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ବିଗତ କିଛି ଦିନ ହେଲା ସାଇବର ହେଲ୍ପ ଡେକ୍ସକୁ ଏମିତି ଠକେଇର ମାଳ ମାଳ ଅଭିଯୋଗ ଆସୁଛି । ଦଲାଲ ସାଜି ସାଇବର ଠକ ଘର ଖୋଜୁଥିବା ବ୍ୟକ୍ତିଙ୍କୁ ଲୋଭନୀୟ ଅଫର୍ ଦେଉଛି । ଯଦି କିଏ ଜାଲରେ ଫସୁଛନ୍ତି ତେବେ ଠକ ତାଙ୍କ ଆକାଉଣ୍ଟରୁ ପଇସା ଗାଏବ କରିଦେଉଛନ୍ତି ।
‘ଏମିତିରେ ଘରଭଡ଼ା ମାସକୁ ୧୨ ହଜାର ଟଙ୍କା । ଆମେ ୬ହଜାରରେ ଦେଉଛୁ । ମାଲିକ ବି ରାଜ୍ୟ ବାହାରେ । ନିଜ ଇଚ୍ଛାରେ ଘରେ ରହିବେ । ହଇରାଣ କରିବାକୁ କେହି ନାହାନ୍ତି । ଅନ୍‌ଲାଇନ୍‌ରେ ୬ ମାସର ଭଡ଼ା ଦେଲେ ଆମେ ବୁକିଂ କରିବୁ ।’ ଏମିତି ଫୋନ୍ କଲ୍ ଆସୁଥିଲେ ସାବଧାନ ରହିବାକୁ କମିଶନର ପରାମର୍ଶ ଦେଇଛନ୍ତି । ଫୋନ୍ କରୁଥିବା ବ୍ୟକ୍ତିର କଥା ବିଶ୍ୱାସ ନକରି ପ୍ରଥମେ ଘର ଦେଖିବାକୁ କମିଶନର ପରାମର୍ଶ ଦେବାସହ ଦଲାଲ ଛଡ଼ା ମାଲିକ ସହ କଥା ହୋଇ ଘର ଭଡ଼ା ନେବାକୁ ସେ ପରାମର୍ଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking