26.1 C
Bhubaneswar
Wednesday, August 10, 2022
Homeସ୍ୱାଧୀନତା ଦିବସଭାରତର ପଡୋଶୀ ଦେଶ କେବେ ପାଳନ କରନ୍ତି ସ୍ୱତନ୍ତ୍ରତା ଦିବସ

ଭାରତର ପଡୋଶୀ ଦେଶ କେବେ ପାଳନ କରନ୍ତି ସ୍ୱତନ୍ତ୍ରତା ଦିବସ

ନୂଆଦିଲ୍ଲୀ: ଭାରତ ପ୍ରତିବର୍ଷ ୧୫ ଅଗଷ୍ଟରେ ସ୍ୱାଧୀନତା ଦିବସ ପାଳନ କରେ । ୧୯୪୭ ମସିହାର ଏହା ହିଁ ହେଉଛି ସେହି ତାରିଖ ଯେତେବେଳେ ଭାରତକୁ ବ୍ରିଟିଶ ଶାସନରୁ ମୁକ୍ତି ମିଳିଥିଲା । ଆଜାଦୀର ଏହି ଅନୁଭବ ପ୍ରତି ଭାରତୀୟଙ୍କ ପାଇଁ ସେତିକି ଆନନ୍ଦମୟ ତ ଥିଲା , ହେଲେ ହୃଦୟରେ ବିଭାଜନ ନେଇ ଆଶଙ୍କା ବି ଥିଲା । ଭାରତ ସ୍ୱାଧୀନ ହେବାର ଗୋଟିଏ ଦିନ ପୂର୍ବରୁ ଭାରତ ବିଭାଜନ ହୋଇ ପାକିସ୍ତାନ ବନାଗଲା । ଏହା ହିଁ କାରଣ ଯେ, ଭାରତ ସ୍ୱାଧୀନ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ ର ସ୍ୱତନ୍ତ୍ରତା ଦିବସ ପଡିଥାଏ । କହିରଖୁଛୁ, ଭାରତ  ବିଭାଜନ ମାଉଣ୍ଟବେଟନ ଯୋଜନା ଆଧାରରେ ନିର୍ମିତ ଭାରତୀୟ ସ୍ୱତନ୍ତ୍ରତା ଅଧିନିୟମ ୧୯୪୭ ଆଧାରରେ କରାଯାଇଥିଲା । ଏହି ଅଧିନିୟମ ଅନୁସାରେ, ୧୫ ଅଗଷ୍ଟ ୧୯୪୭ରେ ଭାରତ ଓ ପାକିସ୍ତାନ ଅଧିରାଜ୍ୟ ନାମକ ଦୁଇ ଅଟୋନୋମସ କୋଲୋନାଇଜେସନ ବନାଯିବ ଓ ତାଙ୍କୁ ବ୍ରିଟିଶ ସରକାର କ୍ଷମତା ହସ୍ତାନ୍ତର କରିଦେବେ । ତେବେ ଆପଣ କଣ ଜାଣିଛନ୍ତି କି, ଭାରତର ପଡୋଶୀ ଦେଶଙ୍କୁ କେବେ ସ୍ୱାଧୀନତା ମିଳିଥିଲା ।
ଭୁଟାନ- ଭୁଟାନ ନିଜର ସ୍ୱତନ୍ତ୍ରତା ଦିବସ ୧୭ ଡିସେମ୍ବରରେ ପାଳନ କରିଥାଏ । ୧୭ ଡିସେମ୍ବର ୧୯୦୭ ମସିହାରେ ବାଙ୍ଗଚୁକ ବଂଶ ଭୁଟାନକୁ ସମ୍ଭାଳିଥିଲେ । ସେବେଠୁ ଭୂଟାନ ଏହି ଦିନ ସ୍ୱାଧୀନତା ଦିବସ ପାଳନ କରିଥାଏ ।
ପାକିସ୍ତାନ- ଭାରତ ଆଜାଦୀ ହେବାର ଠିକ ଗୋଟିଏ ଦିନ ପୂର୍ବରୁ ବିଭାଜନ ଫଳସ୍ୱରୂପ ପାକିସ୍ତାନର ସୃଷ୍ଟି ହୋଇଥିଲା । ଭାରତ ସ୍ୱାଧୀନ ହେବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ୧୪ ଅଗଷ୍ଟରେ ପଡିଥାଏ । ପାକିସ୍ତାନ ୧୪ ଅଗଷ୍ଟ ୧୯୪୭ରେ କ୍ଷମତାକୁ ଆସିଥିଲା ।
ଚୀନ- ଡ୍ରାଗନ ଚୀନ ପ୍ରତିବର୍ଷ ୧ ଅକ୍ଟୋବରରେ ସ୍ୱତନ୍ତ୍ରତା ଦିବସ ପାଳନ କରିଥାଏ । ୧୯୪୯ ମସିହା ୧ ଅକ୍ଟୋବରରେ ସେଂଟ୍ରାଲ ପିପୁଲ୍ସ ଗର୍ଭଣ୍ଣମେଂଟର ଗଠନ ହୋଇଥିଲା । ତେବେ ସ୍ଥାପନା ପୂର୍ବରୁ ହୋଇସାରିଥିଲା । ମାତ୍ର ସରକାର ଗଠନକୁ ହିଁ ଡ୍ରାଗନ ନିଜ ସ୍ୱତନ୍ତ୍ରତା ଦିବସ ମାନିଥିଲେ ।
ଇାଙ୍ଗଲାଦେଶ- ବାଙ୍ଗଲାଦେଶ ପ୍ରତିବର୍ଷ ୨୬ ମାର୍ଚ୍ଚରେ ସ୍ୱତନ୍ତ୍ରତା ଦିବସ ପାଳନ କରିଥାଏ । ୧୯୭୧ରେ ସେଖ ମୁଜିବର ରହମାନ ଆଜାଦୀ ଘୋଷଣା କରିଥିଲେ । କହିରଖୁଛୁ ଏହି ଦେଶ ପାକିସ୍ତାନର ଅଂଶ ଥିଲା । ହେଲେ ଶେଖ ମୁଜୀବର ରହମାନ ଙ୍କ ଘୋଷଣା ପରେ ୯ ମାସ ଯାଏଁ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏହି ଲଢେଇରେ ବାଙ୍ଗଲାଦେଶକୁ ଭାରତର ସୈନ୍ୟଙ୍କ ସହଯୋଗ ମିଳିଥିଲା । ଅର୍ଥାତ ୨୬ ମାର୍ଚ୍ଚ ୧୯୭୧ରେ ବାଙ୍ଗଲାଦେଶକୁ ସ୍ୱାଧୀନତା ମିଳିଥିଲା ।
ମିଆମାର- ମିଆମାର ପ୍ରତିବର୍ଷ ୪ ଜାନୁୟାରୀରେ ସ୍ୱତନ୍ତ୍ରତା ଦିବସ ପାଳନ କରିଥାଏ । ଭାରତର ପଡଶୀ ଦେଶ ମିଆମାରକୁ ୪ ଜାନୁୟାରୀ ୧୯୪୮ରେ ଯେତେବେଳେ ଆଜାଦୀ ମିଳିଥିଲା, ସେତେବେଳେ ଏହାର ନାମ ବର୍ମା ଥିଲା । ମିଡିଆ ରିପୋର୍ଟ ଅନୁସାରେ, ସୁଭାଷ ଚନ୍ଦ୍ର ବୋଷ ଙ୍କ ଆଜାଦ ହିନ୍ଦ ଫୌଜ ବର୍ମା ରାସ୍ତାରେ ବାରତକୁ ପ୍ରବେଶ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking