39.1 C
Bhubaneswar
Wednesday, April 24, 2024
Homeଅପରାଧସାଇବର କ୍ରାଇମ

ସାଇବର କ୍ରାଇମ

କୋରାପୁଟ- କୋରାପୁଟ ଜିଲ୍ଲା ଜୟପୁର ସହର ରେ ସାଇବର ଠକେଇର ନୂଆଁ ତରିକା। ଟାର୍ଗେଟରେ ସୋସିଆଲ ସାଇଟ ଫେସବୁକ।ଦୁର୍ବୃତ୍ତମାନେ ସୋସିଆଲ ସାଇଟ ଫେସବୁକକୁ ହ୍ୟାକ କରି ଟଙ୍କା ଲୁଟ ପାଇଁ ଚଳାଇଛନ୍ତି ଉଦ୍ୟମ।ଅନେକ ନିରୀହ ବି ଏମାନଙ୍କ ମାୟା ଜାଲରେ ଫସୁଛନ୍ତି।ଜୟପୁରରେ ଏକାଧିକ ବ୍ୟକ୍ତିଙ୍କ ଫେସବୁକ ଆକାଉଣ୍ଟ ଏପରି ହ୍ୟାକ ହେବା ପରେ ଏବେ ଥାନାରେ ମାମଲା ପହଞ୍ଚିଛି।ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
–ଡିଜିଟାଲ ଯୁଗରେ ବଢିଛି ସୋସିଆଲ ମିଡ଼ିଆର କ୍ରେଜ।ପିଲାଠୁ ବୟସ୍କ ସମସ୍ତେ ଏବେ ସୋସିଆଲ ମିଡ଼ିଆ ବିଶେଷ କରି ଫେସବୁକରେ ଆକ୍ଟିଭ।ଆଉ ଏହି ଲୋକପ୍ରିୟ ସୋସିଆଲ ମିଡ଼ିଆ ଫେସବୁକକୁ ମାଧ୍ୟମ କରି ଟଙ୍କା ଲୁଟ କରିବା ପାଇଁ ଦୁର୍ବୃତ୍ତମାନେ ଆରମ୍ଭ କରିଛନ୍ତି ନୂଆଁ ତରିକା।ଅତି ସହଜରେ ଏମାନେ ନିର୍ଦ୍ଦିଷ୍ଟ ଫେସବୁକ ଆକାଉଣ୍ଟକୁ ହ୍ୟାକ କରି ସେଥିରେ ଥିବା ବନ୍ଧୁ ମାନଙ୍କ ସହ ଚ୍ୟାଟ୍ କରୁଛନ୍ତି।ଆଉ ପରେ ଅସୁବିଧାରେ ପଡିଥିବା ଦର୍ଶାଇ ଟଙ୍କା ମାଗୁଛନ୍ତି।ଏଥିପାଇଁ ସେମାନେ ଗୁଗୁଲ ପେ ଓ ଫୋନ ପେ ଆପ୍ ଜରିଆରେ ଟଙ୍କା ପଠାଇବା ପାଇଁ କହୁଛନ୍ତି।ଏପରିକି କେତେକ କ୍ଷେତ୍ରରେ ଏମାନେ ବ୍ୟାଙ୍କ ଆକାଉଣ୍ଟ ଦେଇ ସେଥିରେ ଟଙ୍କା ଟ୍ରାନ୍ସଫର କରିବାକୁ କହୁଛନ୍ତି।କିଛି ଲୋକ ଏମାନଙ୍କ ମାୟା ଜାଲରେ ଫସି ଯାଉଛନ୍ତି। କୋରାପୁଟ ଜିଲ୍ଲା ବିଶେଷ କରି ଜୟପୁର ସହରରୁ ଏକାଧିକ ଲୋକଙ୍କ ଫେସବୁକ ଆକାଉଣ୍ଟ ଏବେ ହ୍ୟାକ୍ ହେବା ପରେ ଏନେଇ ଜୟପୁର ଟାଉନ ଥାନାରେ ମାମଲା ବି ଦାୟର ହୋଇଛି।
-ଅଧିକାଂଶ ଲୋକ ମୋବାଇଲ ଓ କମ୍ୟୁଟର କିମ୍ବା ଲ୍ୟାପଟପରେ ଫେସବୁକ ବ୍ୟବହାର କରୁଛନ୍ତି।ହେଲେ ଅଧିକାଂଶ ସମୟରେ ବ୍ୟବହାରକାରୀ ନିଜ ଆକାଉଣ୍ଟ ସାଇନ୍ ଆଉଟ କରନ୍ତି ନାହିଁ।ଏପରିକି କମନ ପାସଓ୍ବାର୍ଡ ବି ଦେଇଥାନ୍ତି,ଯାହାକି ଆକାଉଣ୍ଟ ହ୍ୟାକ୍ କରିବାକୁ ହ୍ୟାକର ମାନଙ୍କୁ ସହଜ ହୋଇଥାଏ।ତେବେ ଥାନାରେ ମାମଲା ରୁଜୁ ହେବା ପରେ ପୋଲିସ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେଇ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ।ରାଜ୍ୟ ବାହାରର କିଛି ଦୁର୍ବୃତ୍ତ ଏଥିରେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଥିବା ସେ କହିଛନ୍ତି।ତେବେ ସମସ୍ତ ମାମଲା ସାଇବର ସେଲକୁ ହସ୍ତାନ୍ତର କରାଯାଇଥିବା ସେ କହିଛନ୍ତି।ଫେସବୁକ ମେସେଂଜରରେ କେହି ଟଙ୍କା ମାଗିଲେ ପ୍ରଥମେ ସଂପୃକ୍ତ ବ୍ୟକ୍ତିଙ୍କୁ ଫୋନରେ ଯୋଗାଯୋଗ କରନ୍ତୁ ଏବଂ ଅଚିହ୍ନା ଲୋକଙ୍କ ମେସେଜକୁ ରିପ୍ଲାଏ ନକରିବାକୁ ସେ ପରାମର୍ଶ ଦେଈଛନ୍ତି।
 
-ସାଇବର ଅପରାଧି ମାନେ ଅନେକ ଫେସବୁକ ଆଇଡ଼ି କୁ ହେକ କରି ଟଙ୍କା ଲୁଟି ନେଉଛନ୍ତି ଏଥିରୁ ଦୁରେଇବା ପାଇଁ ନିଜେ ସଚେତନ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking