32.1 C
Bhubaneswar
Sunday, April 28, 2024
Homeଓଡିଶାକଟକ ଜିଲ୍ଲାରେ ଏକ୍ସ-ରେ ଅନ୍ ହ୍ୱିଲ୍ ଶୁଭାରମ୍ଭ

କଟକ ଜିଲ୍ଲାରେ ଏକ୍ସ-ରେ ଅନ୍ ହ୍ୱିଲ୍ ଶୁଭାରମ୍ଭ

କଟକ : କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ରୋଗୀଙ୍କ ପାଇଁ ଜିଲ୍ଲାରେ ଏକ୍ସରେ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାରେ କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ବା ଘରେ ରହୁଥିବା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପରଖିବାପାଇଁ ଏକ୍ସ-ରେ ଅନ ହ୍ୱିଲସ ନାମରେ ଜିଲ୍ଲା ପ୍ରଶାସନ ଦ୍ୱାରା ଏହି ଅଭିନବ ପ୍ରୟାସ କରାଯାଇଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହି ଶୁଭାରମ୍ଭ ଅବସରରେ ଜିଲ୍ଲାପାଳ ସୂଚନା ପ୍ରଦାନ କରି କହିଲେ ଯେ, କୋଭିଡ୍ ରୋଗୀମାନଙ୍କର ଶରୀରରେ ଫୁସ୍‌ଫୁସ୍ ଆକ୍ରାନ୍ତ ହେବା ଦ୍ୱାରା ସ୍ୱାସ୍ଥ୍ୟ ଅବସ୍ଥାର ହଠତ୍ ଅବନତି ଘଟିଥାଏ ଏବଂ ଜରୁରୀ କାଳୀନ ଭିତିରେ ରୋଗୀକୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବାକୁ ପଡେ ।

ସେଥିପାଇଁ ବତ୍ତର୍ମାନ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ୍ସ-ରେ ଅନ ହ୍ୱିଲସକୁ କଟକ ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଏବଂ ହୋମ ଆଇସୋଲସନେର ଥିବା ରୋଗୀମାନଙ୍କ ପାଖକୁ ପଠାଇ ପ୍ରତେକ ଦିନ ୧୦୦୦ ଜଣଙ୍କର ଫୁସ୍‌ଫୁସ୍‌କୁ ପରୀକ୍ଷା କରାଯାଇ ପାରିବ ଯାହାଦ୍ୱାରା ଫୁସ୍‌ଫୁସ୍ ସଂକ୍ରମଣ ହେବାର ସମ୍ଭାବନା ଥିଲେ ତୁରନ୍ତ ରୋଗୀକୁ ଡାକ୍ତରଖାନାକୁ ସ୍ତାନାନ୍ତର କରାଯାଇପାରିବ । ଏହି ଶୁଭାରମ୍ଭ ସମୟରେ ସିଏମସି କମିଶନର ଅନନ୍ୟା ଦାସ ମଧ୍ୟ ଉପସ୍ଥିତ ଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଚିକିତ୍ସାଧିକାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ, ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ବର କୁମର କର, ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଅତିରିକ୍ତ ଜିଲ୍ଲାପାଳ ପୂର୍ଣଚନ୍ଦ୍ର ମିଶ୍ର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଡାକ୍ତର ଉମେଶ ରାୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ କୁମାର ଷଡଙ୍ଗୀ, ଡିପିଏଚ୍‌ସିଓ ମନ୍ଦାକିନୀ ବେହରା, ସହକାରୀ ଜିଲ୍ଲାପାଳ ଅଳକାରାଣୀ ଦେବତା, ଏଡିପିଏଚସିଓ ତ୍ରିଲୋଚନ ଭୂୟାଁ, ଡିପିଏମ୍ ଦୀପକ ସାହୁ, ଡ୍ୟାମ୍ ନୀଳମାଧବ ରଥ, ଆଟିଷ୍ଟ ଲୀନା ବେଉରା ଓ ସ୍ୱାସ୍ଥ୍ୟ ବିଭାଗ ଅନ୍ୟାନ୍ୟ କମର୍ଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking