27.1 C
Bhubaneswar
Friday, March 29, 2024
Homeଓଡିଶାକରୋନାରେ ଚାଲିଗଲେ ଦୁଇଭାଇ, ଭୋକ ଉପାସରେ ପରିବାର

କରୋନାରେ ଚାଲିଗଲେ ଦୁଇଭାଇ, ଭୋକ ଉପାସରେ ପରିବାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ ଅନ୍ତର୍ଗତ  ବାରୁଆଁ(ବି) ପଞ୍ଚାୟତର ଡେଙ୍ଗାବାହାଳି ଗ୍ରାମରେ  ଦୁଇଭାଇଙ୍କ କରୋନାରେ ମୃତ୍ୟୁ ପରେ  ସେମାନଙ୍କ ପରିବାର ଏବେ ଅସହାୟ ହୋଇପଡିଛନ୍ତି ପରିବାର । ସ୍ୱର୍ଗତ ରାଧୁ ସାହୁଙ୍କ ଦୁଇପୁତ୍ର କୁନା (୪୫) ଟୁନା (୩୮) ।  କୁନାଙ୍କ ପତ୍ନୀ ବୁନ୍ଧୁ ଓ  ଦୁଇଝିଅ ।  ଟୁନାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଓ  ଗୋଟିଏ  ପୁଅ ଓ  ଗୋଟିଏ ଝିଅ ।

ଦୁଇ ଭାଇଙ୍କ ଜଣେ ଅବିବାହିତ ଭଉଣୀ କୁମୁଦିନୀ (୪୫) ମଧ୍ୟ ଅଛନ୍ତି ।  ରାଧୁ ସାହୁ ୫ ବର୍ଷ ପୂର୍ବେ  ଆରପାରିକୁ ଚାଲିଯିବା ପରେ ଦୁଇଭାଇ  କାଠମିସ୍ତ୍ରୀ ଭାବେ କାମକରି ପରିବାର ପ୍ରତିପୋଷଣ କରୁଥିଲେ ।  ତେବେ କିଛି ଦିନ ତଳେ ଦୁଇ ଭାଇ କରୋନାରେ ଆକ୍ରାନ୍ତ ହୋଇ ଚାଲିଯିବା ପରେ ଏବେ ସେମାନଙ୍କ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି ।

ବଡ଼ଭାଇ କୁନା କରୋନାରେ ଆକ୍ରାନ୍ତ ହୋଇ ଗତ ୧୭ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।  ତେବେ ଗତ ୪ ଦିନ ତଳେ ସାନଭାଇ କରୋନାରେ ଆକ୍ରାନ୍ତ ହୋଇ  ଘରେ ସଂଗରୋଧରେ ଥିଲୋ ତାଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ କାମାକ୍ଷାନଗର ମେଡିକାଲକୁ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ  ଘଟିଥିଲା ।  ଦୁଇ ରୋଜଗାରିଆ ପୁଅ ଚାଲିଯିବା ପରେ ପରିବାର ଏବେ ପୁରୁଷ ଶୂନ୍ୟ  ହୋଇଯାଇଛି । ପରିବାର ପ୍ରତିପୋଷଣ  ସହ କୁନି କୁନି ପିଲାଙ୍କ ଭବିଷ୍ୟତ ଚିନ୍ତାରେ ପୁରା ପରିବାର ।  ଦୀର୍ଘ ଦିନ ହେବ ଭଉଣୀ ଅବିବାହିତ ଅବସ୍ଥାରେ ଥିବା ବେଳେ ସରକାରଙ୍କ ତରଫରୁ ଭତ୍ତା  ବି ମିଳୁନି ।

ସରକାରଙ୍କ ତରଫରୁ  ସହାୟତା ଦେବା ଦୂରର କଥା ଆଶ୍ୱାସନା ଦେବା ପାଇଁ କେହି ପହଞ୍ଚି ନଥିବା ଭଉଣୀ  କୁୁମୁଦିନୀ ଦୁଃଖର ସହ ପ୍ରକାଶ କେରିଛନ୍ତି ।  ଏହି ଶ୍ରମିକ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସ୍ଥାନୀୟ  ଗ୍ରାମବାସୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking