28.1 C
Bhubaneswar
Sunday, May 12, 2024
HomeUncategorizedଚାକିରୀ ଛାଡିବା ପରେ ନିଜେ ପ୍ରସ୍ତୁତ କରନ୍ତୁ ପିଏଫ ଆକାଉଣ୍ଟ: ଜାଣନ୍ତୁ ଏହା କରିବାର ପଦ୍ଧତି

ଚାକିରୀ ଛାଡିବା ପରେ ନିଜେ ପ୍ରସ୍ତୁତ କରନ୍ତୁ ପିଏଫ ଆକାଉଣ୍ଟ: ଜାଣନ୍ତୁ ଏହା କରିବାର ପଦ୍ଧତି

ନୂଆଦିଲ୍ଲୀ : ଚାକିରୀ ବଦଳାଇବା କିମ୍ବା ଛାଡିବା ପରେ ନିଜ ପିଏଫ ଆକାଉଣ୍ଟ ମଧ୍ୟ ବଦାଳାଇବାକୁ ପଡିଥାଏ । ଏଥିରେ କିଛି ଅସୁବିଧା ହେବା ଦ୍ୱାରା କର୍ମଚାରୀଙ୍କ ଫଣ୍ଡ ଅଟକି ରହିଥାଏ । କର୍ମଚାରୀ ଭବିଶ୍ୟ ନିଦ୍ଧି ସଂଗଠନ, ଏଥିପାଇଁ ଏକ ନୂଆ ସୁବିଧା ଆରମ୍ଭ କରିଛି । ଏଥିରେ ଆପଣ ନିଜେ କମ୍ପାନୀରୁ ଚାକିରି ଛାଡିବାର ସୂଚନା ପୋର୍ଟାଲରେ ଦେଇପାରିବେ । ସୁଚନା ଅନୁସାରେ ପ୍ରଥମେ ଏହି ସୁବିଧା କେବଳ ଆପ୍ଲାୟର ମାନଙ୍କ ପାଖରେ ଥିଲା । ସେମାନେ କେବଳ କର୍ମଚାରୀ ମାନଙ୍କ ଛାକିରୀ ଛାଡି ବା ଓ ଆରମ୍ଭ କରିବା ସୂଚନା ଇପିଏଫଓକୁ ଦେଇପାରୁଥିଲେ ।

ଯଦି କୌଣସି କାରଣରୁ ନିଯୋକ୍ତା କର୍ମଚାରୀ ମାନଙ୍କର ଡେଟ ଅଫ ଏକଜିଟର ସୂଚନା ଇପିଏଫଓ କୁ ଦେଇ ପାରୁ ନଥିଲେ ତେବେ ଇପିଏଫରୁ ଟଙ୍କା ବାହାର କରିବା ଓ ଟ୍ରାନ୍ସଫର କରିବା ଅଟକି ଯାଉଥିଲା । ଏବେ ପିଏଫ ଆକାଉଣ୍ଟ ଉପଭୋକ୍ତା ନିଜେ ଏହି କାମ ଅନଲାଇନ ମାଧ୍ୟମରେ କରିପାରିବେ ।
– ପ୍ରଥମେ ମୋବାଇଲ କିମ୍ବା କମ୍ପୁଟରରେ ଏଚଟିଟିପିଏସ://ୟୁନିଫାଇଡପୋର୍ଟାଲ-ମେମ.ଇପିଏଫଆଇଏନଡିଏ. ଗଭ୍‌,ଇନ/ଏମଇଏମବିଇଆରଆଇଏନଟିଇଆରଏଫଏସିଇ/କୁ ଖୋଲନ୍ତୁ । ଏଥିରେ ପାସୱାର୍ଡ କିମ୍ବା କ୍ୟାପଚା ଦେଇ ଲଗଇନ କରନ୍ତୁ । ଆପଣଙ୍କ ୟୁଏଏନ ଆକ୍ଟିଭ ହେବା ଦରକାର ।
-ଏବେ ନୁଆ ପେଜରେ ଉପରେ ଥିବା ସକସେସନରେ ‘ମ୍ୟାନେଜ’ ଟ୍ୟାବରେ କ୍ଲିକ କରନ୍ତୁ । ଏହାପରେ ‘ମାର୍କ ଏଗଜିଟର’ ଅପସନ ବାଛନ୍ତୁ । ଏହାପରେ ସାମନାରୋ ସିଲେକ୍ଟ ଇମ୍ପଲୟମେଣ୍ଟ ଡ୍ରପଡାଉନ ଖୋଲିବ ।
-ଡ୍ରପଡାଉନରେ ପୁରୁଣା ପିଏଫ ଖାତା ଚୟନ କରନ୍ତୁ । ଏଡି ୟୁଏଏନ ଲିଙ୍କ ହେବା ଦରକାର । ଆପଣଙ୍କୁ ସ୍କ୍ରିନ ଉପରେ ଚାକିରୀ ବିଷୟରେ ବିବରଣୀ ଦୃଶ୍ୟମାନ ହେବ । ଏଥିରେ ଆପଣଙ୍କୁ ସାମନାରେ ଚାକିରୀ ଛାଡିବାର କାରଣ ଦେବାକୁ ହେବ । ଏଥିରେ ଆପଣ ଚାକିରୀ ଛାଡିବା ର ତାରଖ ଲେଖନ୍ତୁ ।
-ନିଜ ବିକଳ୍ପ ବାଛି ଅନୁରୋଧ ଓଟିପିରେ କ୍ଲିକ କରନ୍ତୁ । ଓଟିପି ନିଜ ଆଧାର କାର୍ଡରେ ଥିବା ନମ୍ବରରେ ଯିବ । ଓଟିପିକୁ ନିଜ ନିର୍ଦ୍ଧାରିତ ସ୍ଥାନରେ ଲେଖି ସବମିଟ କରନ୍ତୁ । ଏହାପରେ ଚାକିରି ଛାଡିବାର ମେସେଜ ଆପଣଙ୍କ ସ୍କ୍ରିିନରେ ଆସିବ ।

ଯଦି ଆପଣ ତୁରନ୍ତ ଚାକିରୀ ଛାଡୁଛନ୍ତି ତେବେ ଡେଟ ଅଫ ଏଗଜସିଟ ୨ ମାସ ପରେ ଆସିବ । ଇପିଏଫଓ ସିଷ୍ଟମରେ ଡେଟ ଅଫ ଏଗଜିଟ ଅପଡେଟ ହେବ ପରେ ଏହାକୁ ବଦାଳାଯାଇ ପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking