24.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗଖୁବ ଶୀଘ୍ର ସେରମ ଟିକା ପରୀକ୍ଷଣ

ଖୁବ ଶୀଘ୍ର ସେରମ ଟିକା ପରୀକ୍ଷଣ

ଭୁବନେଶ୍ୱର: କରୋନା ଟିକା ଅଗ୍ରଗତି ନେଇ ଆଇସିଏମଆର ଡିଜି ବଳରାମ ଭାର୍ଗବ ସୂଚନା ପ୍ରଦାନ କରିଛନ୍ତି । ବାରତରେ ବର୍ତମାନ ୩ଟି ଟିକାର ପରୀକ୍ଷାନିରୀକ୍ଷା ଚାଲୁ ରହିଛି । କାଡିଲାକ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଯାଇଛି । କାଡିଲାକ୍ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏଯାଏ କରାଯାଇନି । ଭାରତ ବାୟୋଟେକ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ସରିଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଖୁବ୍ ଶୀଘ୍ର ଆରମ୍ଭ କରାଯିବ ବୋଲି ଭାର୍ଗବ କହିଛନ୍ତି । ଅକ୍ସଫୋର୍ଡ ପ୍ରସ୍ତୁତ ସେରମ ଉତ୍ପାଦିତ ଟିକାର ତୃତୀୟ ପର୍ଯ୍ୟାୟ ଚାଲିଛି । ତୃତୀୟ ପର୍ଯ୍ୟାୟର ପ୍ରଥମ ଦଫାରେ ୧୦୦ ରୋଗୀଙ୍କୁ ଟିକା ଦିଆଯାଇଛି । ଏବେ ବିରତି ନିଆଯାଇଛି, ପୁଣି ଖୁବ୍ ଶୀଘ୍ର ପରୀକ୍ଷଣ ଆରମ୍ଭ କରାଯିବ । ୩ୟ ପର୍ଯ୍ୟାୟ ୨ୟ ଦଫାରେ ୧୫୦୦ ରୋଗୀଙ୍କ ଠାରେ ପରୀକ୍ଷା କରାଯିବ ।

ସେହିଭଳି ଋଷ ଟିକା ସ୍ଫୁଟନିକ-ଭି ସଂପର୍କରେ ବି ସେ ସୂଚନା ଦେଇଛନ୍ତି । ଋଷ ତାର ୭୬ ରୋଗୀଙ୍କୁ ଟିକା ଦେଇଥିଲା, ସମସ୍ତେ ଭଲ ଅଛନ୍ତି । ଟିକା ପାଇଁ ଭାରତ ଋଷ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଟିକା ପାଇଁ ଗଠିତ ହାଇଲେବଲ କମିଟି ଏନେଇ କଥାବାର୍ତ୍ତା ଚାଲୁ ରଖିଛି । ତେବେ ସ୍ଫୁଟନିକ-ଭିର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଏଯାଏ କରାଯାଇନି । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଟିକା ପାଇବା ନେଇ ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking