31.1 C
Bhubaneswar
Wednesday, May 8, 2024
Homeଓଡିଶା୪୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୨୪ଘଣ୍ଟାରେ ୫୬,୨୮୨ ଆକ୍ରାନ୍ତ ଚିହ୍ନଟ ଓ ୯୦୪ ମୃତ

୪୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା, ୨୪ଘଣ୍ଟାରେ ୫୬,୨୮୨ ଆକ୍ରାନ୍ତ ଚିହ୍ନଟ ଓ ୯୦୪ ମୃତ

ନୂଆଦିଲ୍ଲୀ, ୬ା୮: ଦେଶରେ ଦିନକୁ ଦିନ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୨୪ଘଣ୍ଟାରେ ୫୬,୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୦୪ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୬୪,୫୩୭ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୪୦,୬୯୯ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ୧୩,୨୮,୩୩୬ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୫,୯୫,୫୦୧ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୧୬ହଜାର ୪୭୬, ତାମିଲନାଡ଼ୁରେ ୪୪୬୧, ଦିଲ୍ଲୀରେ ୪୦୪୪, କର୍ଣ୍ଣାଟକରେ ୨୮୦୪ ଜଣଙ୍କ ମୃତ୍ୟୁ ହୋଇଛି ।

ଦେଶରେ କୋଭିଡ୍-୧୯ ସଂକ୍ରମଣ: ଦିନକରେ ରେକର୍ଡ ସଂଖ୍ୟକ ୫୬, ୨୮୨ ସଂକ୍ରମିତ; ୯୦୪ ମୃତ୍ୟୁ

ନୂଆଦିଲ୍ଲୀ: ଅଗଷ୍ଟ ୬ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧, ୯୬୪, ୫୩୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨୮୩୩୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୪୦୬୯୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୬, ୨୮୨ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୯୫୫୦୧ ରହିଛି। ୨୪ ଘଣ୍ଟାରେ ୯୦୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୧୪ ଜଣ, ଆନ୍ଧ୍ରପ୍ରଦେଶରେ ୧୬୮୧ ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୧୨୧ ଜଣ, ବିହାରରେ ୩୫୫ ଜଣ, ଚଣ୍ଡିଗଡ଼ରେ ୨୦ ଜଣ, ଛତିଶଗଡ଼ରେ ୭୧ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୦୪୪ ଜଣ, ଗୋଆରେ ୬୪ ଜଣ, ଗୁଜରାଟରେ ୨୫୫୬ ଜଣ, ହରିୟାଣାରେ ୪୫୫ ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୪୨୬ ଜଣ, ଝାଡ଼ଖଣ୍ଡରେ ୧୩୬ ଜଣ, କର୍ଣ୍ଣାଟକରେ ୨୮୦୪ ଜଣ, କେରଳରେ ୯୪ ଜଣ, ଲଦାଖରେ ୭ ଜଣ, ମଧ୍ୟପ୍ରଦେଶରେ ୯୨୯ ଜଣ, ମହାରାଷ୍ଟ୍ରରେ ୧୬୪୭୬ ଜଣ, ମଣିପୁରରେ ୭ ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ୬ ଜଣ, ଓଡ଼ିଶାରେ ୨୨୫ ଜଣ, ପୁଦ୍ଦୁଚେରୀରେ ୬୫ ଜଣ, ପଞ୍ଜାବରେ ୪୯୧ ଜଣ, ରାଜସ୍ଥାନରେ ୭୭୫ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୪୪୬୧ ଜଣ, ତେଲେଙ୍ଗାନାରେ ୫୮୯ ଜଣ, ତ୍ରିପୁରାରେ ୩୧ ଜଣ, ଉତ୍ତରାଖଣ୍ଡରେ ୯୮ ଜଣ, ଉତ୍ତରପ୍ରଦେଶରେ ୧୮୫୭ ଜଣ ଏବଂ ପଶ୍ଚମବଙ୍ଗରେ ୧୮୪୬ ଜଣ ।

Image Courtesy of India Today

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୬୮୭), ଆନ୍ଧ୍ରପ୍ରଦେଶ (୮୦୪୨୬), ଅରୁଣାଚଳ ପ୍ରଦେଶ (୬୪୨), ଆସାମ (୧୪୪୩୨), ବିହାର (୨୨୦୦୧), ଚଣ୍ଡିଗଡ଼ (୫୩୫), ଛତିଶଗଡ଼ (୨୪୬୫), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୪୦୪), ଦିଲ୍ଲୀ (୧୦୦୭୨), ଗୋଆ (୨୦୭୨), ଗୁଜରାଟ (୧୪୬୮୦), ହରିୟାଣା (୬୧୩୩), ହିମାଚଳ ପ୍ରଦେଶ (୧୧୪୦), ଜମ୍ମୁ ଓ କଶ୍ମୀର (୭୨୮୫), ଝାଡ଼ଖଣ୍ଡ (୯୦୪୯) କର୍ଣ୍ଣାଟକ (୭୩୯୬୬), କେରଳ (୧୧୫୨୪), ଲଦାଖ (୪୨୧), ମଧ୍ୟପ୍ରଦେଶ (୮୭୪୧), ମହାରାଷ୍ଟ୍ର (୧୪୬୨୬୮), ମଣିପୁର (୧୨୨୪), ମେଘାଳୟ (୫୯୪), ମିଜୋରାମ (୨୫୧), ନାଗାଲାଣ୍ଡ (୧୮୦୭),  ଓଡ଼ିଶା (୧୩୦୫୫), ପୁଦ୍ଦୁଚେରୀ (୧୭୦୦), ପଞ୍ଜାବ (୬୪୨୨), ରାଜସ୍ଥାନ (୧୨୬୭୮), ସିକିମ୍ (୪୯୬), ତାମିଲନାଡୁ (୫୪୧୮୪), ତେଲେଙ୍ଗାନା (୨୦୩୫୮), ତ୍ରିପୁରା (୧୯୦୧), ଉତ୍ତରାଖଣ୍ଡ (୨୯୨୩), ଉତ୍ତରପ୍ରଦେଶ (୪୧୯୭୩) ଓ ପଶ୍ଚିମବଙ୍ଗ (୨୨୯୯୨) ।
ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking