ମୁମ୍ବାଇ: ମୁମ୍ବାଇରେ କରୋନା ପ୍ରତିବନ୍ଧକ ବୃଦ୍ଧି ହେତୁ ନୂତନ ବର୍ଷର ଉତ୍ସବ ଫିକା ରହିପାରେ । କରୋନା ମାମଲା ଏବଂ ଓମିକ୍ରନ୍ ମାମଲାରେ ବୃଦ୍ଧି ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ମୁମ୍ବାଇ ପ୍ରଶାସନ ଏହି ନିୟମକୁ କଡାକଡି କରିଛି । ନୂଆ ବର୍ଷ ଅବସରରେ ମୁମ୍ବାଇ ପୋଲିସ ନିୟମକୁ କଡାକଡି କରିଛି, ଯଦିଓ କରୋନା ମାମଲାରେ କଡା ଟକ୍କର ଦେବା ପରେ ଏହି କଠୋରତା କରାଯାଇଛି ।
ପ୍ରକାଶିତ ବିବୃତ୍ତି ଅନୁଯାୟୀ, ସିଆରପିସି ର ଧାରା 144 ଅନୁଯାୟୀ ପ୍ରତିବନ୍ଧକଗୁଡିକ ଜାନୁୟାରୀ 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମୁମ୍ବାଇ ପୋଲିସ ନାଗରିକମାନଙ୍କୁ ସମୁଦ୍ର କୂଳ, ଖୋଲା ପଡ଼ିଆ, ସମୁଦ୍ର ତଟ , ରିସର୍ଟ, ପାର୍କ, ଏବଂ ଜନସାଧାରଣ ସ୍ଥାନ ପରିଦର୍ଶନ କରିବାକୁ ବାରଣ କରିଛି।
ନିୟମ ଅନୁଯାୟୀ, ମୁମ୍ବାଇରେ ବିବାହକୁ ଆସୁଥିବା ଅତିଥିଙ୍କ ସଂଖ୍ୟା 50 ଜଣଙ୍କ ଭିତରେ ସ୍ଥିର ହୋଇଛି। ଏହା ବ୍ୟତୀତ ଯେକୌଣସି ରାଜନୈତିକ କିମ୍ବା ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗଦେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ 50 ରେ ରଖାଯାଇଛି ।
ଅନ୍ୟପକ୍ଷରେ, ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ ଡିସେମ୍ବର 24 ରେ ଜାରି କରାଯାଇଥିବା ନିୟମରେ ସଂଶୋଧନ କରି ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଏବଂ ଦୁବାଇରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ସାତ ଦିନିଆ ଘରୋଇ କ୍ଵାରେଣ୍ଟିନ ବାଧ୍ୟତାମୂଳକ କରାଯାଇଛି। ବୁଧବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ଆଦେଶରେ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ କହିଛି ଯେ ଏହି ଦେଶରୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ବିମାନ ବନ୍ଦରରେ କୋଭିଡ ଆରଟି- PCR ପରୀକ୍ଷା ବାଧ୍ୟତାମୂଳକ ହେବ । ଏଥି ସହିତ, ଏହି ଦେଶରୁ ଆସୁଥିବା ମୁମ୍ବାଇର ସମସ୍ତ ଯାତ୍ରୀଙ୍କୁ ବାଧ୍ୟତାମୂଳକ 7 ଦିନିଆ କ୍ଵାରେଣ୍ଟିନ ରେ ରହିବାକୁ ପଡିବ ।