32.1 C
Bhubaneswar
Thursday, March 28, 2024
Homeଓଡିଶାଦାୟିତ୍ୱ ନେଲେ ନୂଆ ଡିଜିପି

ଦାୟିତ୍ୱ ନେଲେ ନୂଆ ଡିଜିପି

କଟକ : ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ନବନିଯୁକ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ । ପୋଲିସ ମୁଖ୍ୟାଳୟରେ ଅଭୟଙ୍କଠାରୁ ଅପରାହ୍ନ ୪ ଟାରେ ଦାୟିତ୍ୱ ଗ୍ରହଣ କରିଛନ୍ତି ବଂଶଲ । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନୂତନ ପୋଲିସ ମହାନିର୍ଦ୍ଦେଶକ ଭାବରେ ସୁନୀଲ କୁମାର ବଂଶଲଙ୍କ ନାଁ ଗତ ୧୫ ତାରିଖରେ ଘୋଷଣା କରାଯାଇଥିଲା ।

ଏଥିପାଇଁ ସେ ଗତ ଗୁରୁବାର ଭୁବନେଶ୍ୱରରେ ପହଁଞ୍ଚିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ଅନେକ ପୋଲିସ ଅଧୀକାରୀ ତାଙ୍କୁ ସ୍ୱାଗତ କରିଥିଲେ। ତେବେ ଆଜି ଶେଷ ହେଉଛି ଡିଜିପି ଅଭୟଙ୍କ କାର୍ଯ୍ୟକାଳ। ଗତ ୧୫ ତାରିଖରେ ରାଜ୍ୟ ସରକାରଙ୍କୁ ପକ୍ଷରୁ ନୂତନ ପୋଲିସ ମହାନର୍ଦ୍ଦେଶକ ଭାବରେ ସୁନୀଲ କୁମାର ବଂଶଲଙ୍କ ନାମ ରାଜ୍ୟ ସରକାର ଘୋଷଣା କରିଥିଲେ। ୧୯୮୭ ବ୍ୟାଚ୍ ଆଇପିଏସ୍ ଅଫିସର ଦିର୍ଘ ୨୫ ବର୍ଷରୁ ଉର୍ଦ୍ଧ ସମୟ ଧରି କେନ୍ଦ୍ରୟ ଡେପୁଟେସନ୍‌ରେ ରହିଥିଲେ। ଗତ ୨୭ ତାରିଖରେ କେନ୍ଦ୍ର ସରକାର ତାଙ୍କୁ କେନ୍ଦ୍ରିୟ ଡେପୁଟେସନରୁ ମୁକ୍ତ କରିଥିଲେ। ରାଜ୍ୟରେ ଆଗକୁ ପଞ୍ଚାୟତ ଏବଂ ପୌର ନିର୍ବାଚନ ରହିଛି, ଏହା ବଂଶଲଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ପୁର୍ବରୁ ସେ ଢେଙ୍କାନାଳ, ମୟୁରଭଞ୍ଜ ଏବଂ ଅନୁଗୁଳରେ ଏସ୍‌ପି ଭାବରେ କାର୍ଯ୍ୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking