31.1 C
Bhubaneswar
Monday, May 6, 2024
Homeକରୋନାଦେଶରେ ୩ ଲକ୍ଷ ୨୦ ହଜାର ଆକ୍ରାନ୍ତ ଚିହ୍ନଟ

ଦେଶରେ ୩ ଲକ୍ଷ ୨୦ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୨୦ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨ ହଜାର ୭୭୧। ଏପ୍ରିଲ ମାସରେ ଏପର୍ଯ୍ୟନ୍ତ ପ୍ରାଣ ହରାଇଛନ୍ତି ୩୪ ହଜାର ୫୯୫ । କେବଳ ଏହି ଗୋଟିଏ ସପ୍ତାହରେ ୧୭ ହଜାର ୩୩୩ ଜଣଙ୍କ ମୃତ୍ୟୁ ହୋଇଛି । ଗତବର୍ଷ ସେପ୍ଟେମ୍ବର ମାସରେ ସପ୍ତାହେ ମଧ୍ୟରେ ମୃତ୍ୟୁସଂଖ୍ୟା ଥିଲା ୩୩ ହଜାର ୨୩୦ । ଚଳିତବର୍ଷ ମାର୍ଚ୍ଚ ମାସରେ ୫ ହଜାର ୬୫୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏପ୍ରିଲ ମାସରେ ମୃତ୍ୟୁସଂଖ୍ୟା ୬ ଗୁଣା ବୃଦ୍ଧି ପାଇଛି ।

ଭାରତର ମୃତ୍ୟୁସଂଖ୍ୟା ବ୍ରାଜିଲ ପରେ ବିଶ୍ୱର ଦ୍ୱିତୀୟ ସର୍ବାଧିକ । ବ୍ରାଜିଲରେ ମୃତ୍ୟୁସଂଖ୍ୟା୭୫ ହଜାରରୁ ଅଧିକ ରହିଛି । ଆମେରିକାରେ ଏପ୍ରିଲରେ ୨୧ ହଜାର ୪୮୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୪୮ ହଜାର ୭୦୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରାଣ ହରାଇଛନ୍ତି ୫୨୪ ଜଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking