28.1 C
Bhubaneswar
Friday, April 26, 2024
Homeଓଡିଶାରେଡ ଜୋନରେ ଓଡିଶାର ଏହି ୩ଟି ଜିଲ୍ଲା

ରେଡ ଜୋନରେ ଓଡିଶାର ଏହି ୩ଟି ଜିଲ୍ଲା

ନୂଆଦିଲ୍ଲୀ: ଏବେ ସମଗ୍ର ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଅତର୍କିତ ଭାବରେ ବଢି ଚାଲିଥିବା ବେଳେ ତିନୋଟି ଜୋନରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଭାରତର ୭୩୩ଟି ଜିଲ୍ଲାକୁ ନାଲି, କମଳା ଓ ସବୁଜ ପ୍ରଭୃତି ତିନୋଟି ଜୋନରେ ବିଭକ୍ତ କରିଛି । ରେଡ ଜୋନରେ ରହିଥିବା ୧୩୦ ଟି ଜିଲ୍ଲାକୁ ମେ ୩ ତାରିଖରୁ ଆହୁରି କଡାକଡି କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦାନ ଏହି ତାଲିକା ସମସ୍ତ ରାଜ୍ୟର ଶାସନ ସଚିବଙ୍କ ନିକଟକୁ ପଠାଇଛନ୍ତି। ତାଲିକାରେ ଓଡ଼ିଶାର ତିନୋଟି ଜିଲ୍ଲାକୁ ରେଡ୍ ଜୋନ ଘୋଷଣା କରାଯାଇଛି।
ଓଡ଼ିଶାର ରେଡ୍ ଜୋନ ତାଲିକାରେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରହିଛି। ସେହିପରି ଅରେଞ୍ଜ ଜୋନରେ ଖୋର୍ଦ୍ଧା ସମେତ ୬ ଜିଲ୍ଲା ଅଛନ୍ତି। ଖୋର୍ଦ୍ଧା, ସୁନ୍ଦରଗଡ଼, କୋରାପୁଟ, ଢେଙ୍କାନାଳ, କଳାହାଣ୍ଡି ଓ କେନ୍ଦ୍ରାପଡ଼ା। ଗ୍ରୀନ୍ ଜୋନରେ ରହିଛି ୨୧ଟି ଜିଲ୍ଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking