29.1 C
Bhubaneswar
Sunday, May 19, 2024
Homeକରୋନାଏବେ ରାଜ୍ୟକୁ ରେମଡେସିଭର ଇଂଜେକ୍ସନ ଦେବେନି କେନ୍ଦ୍ର ସରକାର

ଏବେ ରାଜ୍ୟକୁ ରେମଡେସିଭର ଇଂଜେକ୍ସନ ଦେବେନି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ମଧ୍ୟରେ ଚାରିଆଡେ ରେମଡେସିଭର ଇଂଜେକ୍ସନ ନେଇ ବିବାଦ ଦେଖାଦେଉଛି । ଅନେକ ରାଜ୍ୟରେ ଏହାକୁ ନେଇ କଳାବଜାରୀ ହୋଇଛି । ଏହାବ୍ୟତୀତ ଅନେକ ସହରରେ ପୁଲିସ ନକଲି ରେମଡେସିଭର ଇଂଜେକ୍ସନ ଜବତ କରିଛି । ପ୍ରଡକ୍ସନ କମ ହେବା କାରଣରୁ ଏହି ଇଂଜେକ୍ସନ କେନ୍ଦ୍ର ସରକାରଙ୍କ ତରଫରୁ ଦିଆଯାଉଥିଲା । ହେଲେ କେନ୍ଦ୍ର ସରକାର ଏବେ ଘୋଷଣା କରିଛନ୍ତି, ଏବେ ରାଜ୍ୟ ସରକାର ନିଜେ ନିଜ ଆବଶ୍ୟକତା ହିସାବରେ ଏହି ଇଂଜେକ୍ସନ କିଣିପାରିବେ ।
ରସାୟନ ମନ୍ତ୍ରୀ ମନସୁଖ ମଣ୍ଡିବିୟା ଶନିବାର ଘୋଷଣା କରିଛନ୍ତି, ସରକାର ରାଜ୍ୟଗୁଡିକୁ ରେମଡେସିଭରର କେନ୍ଦ୍ରୀୟ ଆବଣ୍ଟନକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ସ ପ୍ରାଇସିଂ ଏଜେନ୍ସି ଓ ସିଡିଏସସିଓକୁ ଦେଶରେ ରେମଡେସିଭର ଉପଲବ୍ଧତା ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରଙ୍କ କହିବାନୁସାରେ, ଦେଶରେ ରେମଡେସିଭର ଇଂଜେକ୍ସନ ପ୍ରସ୍ତୁତ କରିବା ପାଇଁ ପ୍ଲାଣ୍ଟ ୨୦ରୁ ବଢି ୬୦ ହୋଇଛି । ଏହାସହିତ ସରକାର କହିଛନ୍ତି, ଏବେ ଡିମାଣ୍ଡ ଅପେକ୍ଷା ସପ୍ଲାଇ ଅଧିକ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking