39.1 C
Bhubaneswar
Friday, April 26, 2024
Homeକରୋନାକରୋନା ସହ ଲଢେଇରେ ସାମିଲ ହେଲେ ସଚିନ ତେନ୍ଦୁଲକର

କରୋନା ସହ ଲଢେଇରେ ସାମିଲ ହେଲେ ସଚିନ ତେନ୍ଦୁଲକର

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ବଢୁଥିବା ମଧ୍ୟରେ ସାହାଯ୍ୟକାରୀଙ୍କ ହାତ ବି ବଢିବାକୁ ଲାଗିଛି । ବିଦେଶୀ କ୍ରିକେଟରଙ୍କ ପରେ ଏବେ ବାରତୀୟ କ୍ରିକେଟର ବି କରୋନା ରୋଗୀଙ୍କ ସାହାଯ୍ୟ ପାଇଁ ଆଗକୁ ଆସିବାକୁ ଲାଗିଛନ୍ତି । ମାଷ୍ଟର ବ୍ଲାଷ୍ଟର କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ବି ଏଥିରେ ସାମିଲ ହୋଇଛନ୍ତି ।

ସଚିନ କରୋନା ରୋଗୀଙ୍କ ସାହାଯ୍ୟ ପାଇଁ ୧ କୋଟି ଟଙ୍କା ଦାନ କରିଛନ୍ତି । ସଚିନ ଯେଉଁ ଦାନ କରିଛନ୍ତି, ସେଥିରେ ଅକ୍ସିଜେନ କନସେନଟ୍ରେଟର କିଣାଯିବ । ଆଇପିଏଲରେ ସାମିଲ ଥିବା ଅଷ୍ଟ୍ରେଲିଆର ଦୃତ ବୋଲର ପେଟ୍ କମିନ୍ସ ସର୍ବପ୍ରଥମେ ଭାରତକୁ ସାହାଯ୍ୟ ସ୍ୱରୂପ ପିଏମ କେୟାର୍ସ ଫଣ୍ଡକୁ ୫୦ ହଜାର ଡଲାର ଦାନ କରିବା ନେଇ ଘୋଷଣା କରିଥିଲେ । ଏହାପରେ ଅଷ୍ଟ୍ରେଲିଆର ପୂର୍ବତନ ଦୃତ ବୋଲର ବ୍ରେଟ ଲି ବି ପ୍ରାୟ ୪୦ ଲକ୍ଷ ଟଙ୍କା ଦାନ କରିଥିଲେ ।

ତେନ୍ଦୁଲକର ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି କରୋନାର ଦ୍ୱିତୀୟ ଲହର ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅନେକ ମାତ୍ରାରେ ପ୍ରଭାବିତ କରିଛି । ଗୁରୁତର ଭାବରେ ଆକ୍ରାନ୍ତ ଥିବା କରୋନା ରୋଗୀଙ୍କ ପାଖରେ ଅକ୍ସିଜେନ ପହଂଚିବା ବର୍ତମାନ ଏକ ବଡ ଚ୍ୟାଲେଂଜ । ଭାରତରେ କରୋନା ସଂକ୍ରମିତଙ୍କ ସଂଖ।। ଲଗାତର ଭାବରେ ବଢିବାରେ ଲାଗିଛି । ବୁଧବାର ଦିନ ଗୋଟିଏ ଦିନରେ ୩ ଲକ୍ଷ ୭୯ ହଜାର ୨୫୭ ନୂଆ ମାମଲା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking