38.8 C
Bhubaneswar
Friday, April 19, 2024
Homeକରୋନାକେଉଁଠି ବି ଭାରତ ଭଳି ସ୍ଥିତି ହୋଇପାରେ

କେଉଁଠି ବି ଭାରତ ଭଳି ସ୍ଥିତି ହୋଇପାରେ

ନୂଆଦିଲ୍ଲୀ: ଭାରତରେ କରୋନାର କାୟା ବିସ୍ତାର ଏବେ ପୁରା ଦୁନିଆ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭାରତର ଉଦାହରଣ ଦେଇ କହିଛି ଯେ, ଯଦି ଅବହେଳା ହେବ ତେବେ ହିନ୍ଦୁସ୍ଥାନ ଭଳି ସ୍ଥିତି ହୋଇଯିବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଡାକ୍ତର ହାଂସର୍ଲୁଗେ କହିଛନ୍ତି, ଭାରତରୁ ମିଳିଥିବା ବି-୧୬୧୭ ଭାରିଏଣ୍ଟକୁ ଭାରିଏଣ୍ଟ ଅଫ ଇଣ୍ଟରେଷ୍ଟରେ ସାମିଲ କରିଛି । କାରଣ ୟୁରୋପରେ ଅନେକ ଦେଶରେ ଏହି ଭାରିଏଣ୍ଟ ମିଳିଛି । ଏହା ବୁଝିବାକୁ ହେବ ଯେ, ଭାରତ ଭଳି ସ୍ଥିତି ଦୁନିଆରେ କେଉଁଠି ବି ହୋଇପାରେ ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ଭାରତୀୟ ଭାରିଏଣ୍ଟ ୟୁରୋପର ୧୭ ଦେଶରେ ମିଳିଛି । ତେବେ ଭାରତରେ ଦୃତବେଗରେ ବଢୁଥିବା କରୋନା ସଂକ୍ରମଣ ପାଇଁ ଭାରତୀୟ ଭାରିଏଣ୍ଟ ହିଁ ଦାୟୀ ବୋଲି ଏ ସମ୍ବନ୍ଧରେ କିଛି ସ୍ପଷ୍ଟ ହୋଇନାହିଁ ।

 

ସୂଚନାଯୋଗ୍ୟ , ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୮୬,୪୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଦେଶରେ ନୂଆ ରେକର୍ଡ ସୃଷ୍ଟିହୋଇଛି । ସେହିଭଳି କରୋନାରେ ୩୪୯୮ ଜଣଙ୍କର ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ମହାରାଷ୍ଟ୍ରରୁ ୬୬,୧୫୯, କର୍ଣ୍ଣାଟକ ୩୯,୦୪୭, କେରଳ ୩୮,୬୦୭, ଉତ୍ତରପ୍ରଦେଶ ୩୫,୧୫୬, ଏବଂ ଦିଲ୍ଲୀରୁ ୨୪,୨୩୫ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗତ ପ୍ରାୟ ଏକ ସପ୍ତାହ ଧରି ଦେଶରେ ଦୈନିକ ୩ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୭,୬୨,୯୭୬କୁ ବୃଦ୍ଧିପାଇଛି ।

ସେହିଭଳି କରୋନା ଜନିତ ମୃତ୍ୟୁସଂଖ୍ୟା ୨,୦୮,୩୩୦ରେ ପହଞ୍ଚିଛି। ଦେଶରେ ଏପର୍ଯ୍ୟନ୍ତ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧,୫୩,୮୪,୪୧୮ ଜଣ ଆରୋଗ୍ୟଲାଭ କରିସାରିଛନ୍ତି ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୩୧,୭୦,୨୨୮ ରହିଛି। ଦେଶର ଛଅଟି ସର୍ବାଧିକ ସଂକ୍ରମିତ ରାଜ୍ୟ ଯଥା ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୫୩୯,୫୫୩, କେରଳ ୧,୫୩୩,୯୮୪, କର୍ଣ୍ଣାଟକ ୧,୪୩୯,୮୨୨, ଉତ୍ତରପ୍ରଦେଶ ୧,୨୧୭,୯୫୫, ତାମିଲନାଡୁ ୧,୦୮୧,୯୮୮ ଏବଂ ଦିଲ୍ଲୀରେ ୧,୦୪୭,୯୧୬ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking