34.1 C
Bhubaneswar
Friday, March 29, 2024
Homeଓଡିଶାମେ' ୧ରୁ ନନ୍ଦନକାନନ ବନ୍ଦ

ମେ’ ୧ରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ମେ’ ୧ରୁ ବନ୍ଦ ରହିବ ନନ୍ଦକାନନ ପ୍ରାଣୀ ଉଦ୍ୟାନ । ନନ୍ଦନକାନନ ସହିତ ବଟାନିକାଲ ଗାର୍ଡେନ ବି ବନ୍ଦ ରହିବ । ମେ’ ୧ରୁ ମେ’ ୧୫ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା ହୋଇଛି । ରାଜ୍ୟରେ ଦୃତମାତ୍ରାରେ କରୋନା ସଂକ୍ରମଣ ବଢୁଥିବାରୁ ନନ୍ଦନକାନନ ବନ୍ଦପାଇଁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବଢି ଚାଲିଥିବାବେଳେ ଶୁକ୍ରବାର ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୬୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦, ପୁରୀରୁ ୫୧୪, ବଲାଙ୍ଗିରରୁ ୪୫୯, ବରଗଡ଼ରୁ ୪୨୩, ଅନୁଗୁଳରୁ ୪୧୯, ଝାରସୁଗୁଡ଼ାରୁ ୪୧୧, ସମ୍ବଲପୁରରୁ ୪୧୦, ନବରଙ୍ଗପୁରରୁ ୩୬୮, ଯାଜପୁରରୁ ୩୨୧, ନୂଆପଡ଼ାରୁ ୩୦୪, ମୟୂରଭଞ୍ଜରୁ ୨୨୦, ଗଞ୍ଜାମରୁ ୧୯୮, କଳାହାଣ୍ଡିରୁ ୧୯୫, ନୟାଗଡ଼ରୁ ୧୬୦, ବାଲେଶ୍ୱରରୁ ୧୫୫, ରାୟଗଡ଼ାରୁ ୧୫୧, କେନ୍ଦୁଝରରୁ ୧୪୮, ଗଜପତିରୁ ୧୨୫, କୋରାପୁଟରୁ ୧୧୩, ଭଦ୍ରକରୁ ୧୦୩, ଦେବଗଡ଼ରୁ ୧୦୨, ସୁବର୍ଣ୍ଣପୁରରୁ ୯୮, କେନ୍ଦ୍ରାପଡ଼ାରୁ ୮୫, ବୌଦ୍ଧରୁ ୫୭, କନ୍ଧମାଳ- ୫୪, ମାଲକାନଗିରିରୁ ୩୪, ଢେଙ୍କାନାଳରୁ ୩୩, ଜଗତସିଂହପୁରରୁ ୨୧ ଏବଂ ଷ୍ଟେଟ୍ ପୁଲରୁ ୨୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୪ ହଜାର ୧୯୪କୁ ବୃଦ୍ଧି ପାଇଛି ।

ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଲୋକେ ସତର୍କ ହେଉ ନାହାନ୍ତି। ବିନା ମାସ୍କରେ ବୁଲୁଥିବା ଏବଂ ଭିଡ କରୁଥିବା ଦେଖିବାକୁ ମିଳିଛି । ସେଥିପାଇଁ ବିଏମ୍‌ସି ପକ୍ଷରୁ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମାର୍କେଟ ବିଲ୍ଡିଂକୁ ସିଲ କରାଯାଇଛି । ବ୍ୟବସାୟୀ ଓ ଗ୍ରାହକମାନେ ମାସ୍କ ପିନ୍ଧିନଥିବା, ସାମାଜିକ ଦୂରତା ରହୁନଥିବା, ଗହଳି ଲାଗୁଥିବା ଆଦି କାରଣ ପାଇଁ ବିଏମ୍‌ସିର ଡେପୁଟି କମିଶନର ସିଲ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking