30.1 C
Bhubaneswar
Monday, May 6, 2024
Homeଓଡିଶାରାଜ୍ୟରେ ୨ହଜାର ତଳକୁ ଖସିଲା ସଂକ୍ରମଣ ସଂଖ୍ୟା

ରାଜ୍ୟରେ ୨ହଜାର ତଳକୁ ଖସିଲା ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ୧୨ ହଜାରରୁ ହ୍ରାସ ପାଇ ୩ ହଜାରରେ ପହଞ୍ଚିବା ପରେ ଆଶା କରାଯାଉଥିଲା ଖୁବଶୀଘ୍ର ଏହି ସଂଖ୍ୟା ନିମ୍ନସ୍ତରରେ ପହଞ୍ଚିବ । ମାତ୍ର ରାଜ୍ୟରେ କରୋନା କଟକଣା ଲାଗୁ ପରେ ମଧ୍ୟ ୧୫ ଦିନ ଧରି ୩ ହଜାର ପଜିଟିଭ୍ ଚିହ୍ନଟ ହୋଇଥିଲେ । ଗତ ମାସ ୧୪ ତାରିଖରୁ ଏହି ପ୍ରକ୍ରିୟା ଜାରି ରହିଥିଲା । ମାତ୍ର ଅଳ୍ପ ଦିନ ପାଇଁ ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଥିଲା । ଗତ ୯ ଦିନ ହେଲା ୩ ହଜାର ତଳକୁ ଏବେ ସଂକ୍ରମଣ ଖସିଛି । ଏହା ମଧ୍ୟରେ ଆଜି ପୁଣି ୧୯୯୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୧୫୪ ଓ ସ୍ଥାନୀୟ ଅଞ୍ଚଳରୁ ୮୩୯ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଆଜ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନୁଗୁଳ-୫୮, ବାଲେଶ୍ୱର-୧୮୧, ବରଗଡ଼-୧୯, ଭଦ୍ରକ-୮୬, ବଲାଙ୍ଗୀର -୧୩, ବୌଦ୍ଧ -୧୦, କଟକ-୨୯୭, ଦେବଗଡ଼-୫, ଢ଼େଙ୍କାନାଳ – ୪୪, ଗଜପତି-୫, ଗଞ୍ଜାମ-୧୩, ଜଗତସିଂହପୁର – ୮୯, ଯାଜପୁର – ୧୪୧, ଝାରସୁଗୁଡ଼ା – ୧୦, କଳାହାଣ୍ଡି – ୮, କନ୍ଧମାଳ – ୧୩, କେନ୍ଦ୍ରାପଡ଼ା -୨୯, କେନ୍ଦୁଝର-୩୫, ଖୋର୍ଦ୍ଧା – ୩୨୨, କୋରାପୁଟ – ୩୧, ମାଲକାନଗିରି – ୪୨, ମୟୁରଭଞ୍ଜ-୧୧୦, ନବରଙ୍ଗପୁର -୧୫, ନୟାଗଡ଼-୭୮, ନୂଆପଡ଼ା – ୬, ପୁରୀ – ୧୪୪, ରାୟଗଡ଼ା – ୨୪, ସମ୍ବଲପୁର – ୧୪, ସୁବର୍ଣ୍ଣପୁର – ୧୭, ସୁନ୍ଦରଗଡ଼- ୭୫, ଷ୍ଟେପୁଲ୍‌ରୁ – ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୪୧ ହଜାର ୭୪୫କୁ ବୃଦ୍ଧିପାଇଛି । ବର୍ତ୍ତମାନ ରାଜ୍ୟରେ ୨୪, ୫୬୭ ଆକ୍ରାନ୍ତ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ସୁସ୍ଥ ହେଲେଣି ୯ଲକ୍ଷ ୧୨ ହଜାର ୪୬୩ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୧ ହଜାର ୭୪୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯ ଲକ୍ଷ ୧୨ ହଜାର ୪୬୩ ରହିଥିବା ବେଳେ ୨୪ ହଜାର ୫୬୭ ଜଣ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking