39.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗଦେଶରେ ୨୪ ଘଣ୍ଟାରେ ୪୬,୨୩୨ ନୂଆ ପଜିଟିଭ ଚିହ୍ନଟ, ୫୬୪ ମୃତ୍ୟୁ

ଦେଶରେ ୨୪ ଘଣ୍ଟାରେ ୪୬,୨୩୨ ନୂଆ ପଜିଟିଭ ଚିହ୍ନଟ, ୫୬୪ ମୃତ୍ୟୁ

ନୂଆଦିଲ୍ଲୀ : କିଛିଦିନ ତଳେ ଦେଶରେ କରୋନା ପଜିଟିଭ ସଂଖ୍ୟାରେ ହ୍ରାସ ପାଉଥିବା ବେଳେ ପୁଣି ଏଥିରେ ବୃଦ୍ଧି ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୪୬,୨୩୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୫୬୪ କରୋନା ଆକ୍ରାନ୍ତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୨ ହଜାର ୭୨୬ରେ ପହଞ୍ଚିଛି। ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ସହ ମୋଟ କରୋନା ପଜିଟିଭ ସଂଖ୍ୟା ୯୦,୫୦,୫୯୮କୁ ବୃଦ୍ଧି ପାଇଛି। ୪,୩୯,୭୪୭ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୮୪,୭୮,୧୨୪ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking