33.1 C
Bhubaneswar
Thursday, April 25, 2024
Homeଓଡିଶାଆକ୍ସନ ମୁଡରେ ଜୟପୁର ଉପଜିଲ୍ଲାପାଳ

ଆକ୍ସନ ମୁଡରେ ଜୟପୁର ଉପଜିଲ୍ଲାପାଳ

ଜୟପୁର : ଆକ୍ସନ ମୁଡରେ ଜୟପୁର ଉପଜିଲ୍ଲାପାଳ । ଅଭିଯୋଗର ଘଣ୍ଟାଏ ମଧ୍ୟରେ ସ୍ଥିତି ପରଖିଲେ ଅଧିକାରୀ । ଜୟପୁର ସହରର ଜନସଂଖ୍ୟା ବଢୁଛି। ସେହି ଅନୁପାତରେ ଗୃହ ନିର୍ମାଣକାମ ଆଗେଇ ଚାଲିଛି। ପୌରପାଳିକାରେ ଏପରି ନୂତନ ବସତି ବଢିଚାଲିଛି। ସେମାନଙ୍କୁ ପୌରପାଳିକା ମୌଳିକ ସୁବିଧା ଯୋଗାଇ ପାରୁନି। ଏଭଳି ଅଭିଯୋଗ ଆଣିଛନ୍ତି ଶାନ୍ତିନଗର ବାସିନ୍ଧା ଉପଜିଲାପାଳଙ୍କ ନିକଟରେ ପହଞ୍ଚିଥିଲେ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଏପରି ସମସ୍ୟାକୁ ପରଖିବା ପାଇଁ ଅଭିଯୋଗ ପତ୍ର ଗ୍ରହଣ କରିବାର କେଇ ମିନିଟି ପରେ ଶାନ୍ତି ନଗରରେ ଉପଜିଲ୍ଲାପାଳ ହେମକାନ୍ତ ଶୟ ପହଞ୍ଚିଥିଲେ । ଉପଜିଲ୍ଲାପାଳ ଏପରି ଆକ୍ସନ ମୁଡ଼କୁ ଦେଖି ସ୍ଥାନୀୟ ବାସିନ୍ଦା ଖୁସି ପ୍ରକାଶ କରିଛନ୍ତି । ଏହାସହ ଉପଜିଲ୍ଲାପାଳ ଠାରୁ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଜୟପୁର ପୌରପାଳିକାର ୱାର୍ଡ ନଂ୧୯ ରେ ଶାନ୍ତିନଗର ଗଢି ଉଠିଛି। କୁମ୍ଭାର ସାହି ତିରୁପତି ମନ୍ଦିର ପଛପଟେ ରହିଥିବା ୧୦ ଏକର ଜାଗାକୁ ଏକ ମାଲିକ କିଣି ବିକ୍ରି କରିବା ପରେ ସେଠାରେ ଶାନ୍ତିନଗର ନାମରେ ବସ୍ତିସ୍ଥାପନ ହୋଇଥିଲା। ସେଠାରେ ୧୨୦ ଊଦ୍ଧ କୋଠା ଘର ନିର୍ମାଣ ହୋଇସାରିଛି। ସେଠିକାର ବାସିନ୍ଦା ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି। ଆଜି ଏଭଳି ସମସ୍ୟା ନେଇ ଶାନ୍ତିନଗରର ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଯାଇ ଉପଜିଲ୍ଲାପାଳଙ୍କୁ ଭେଟି ଗୁହାରି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking