28.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶମହାରାଷ୍ଟ୍ରର ୪ ଜିଲ୍ଲାରେ ଲକଡାଉନ୍, ୯ ସହରରେ ନାଇଟ କର୍ଫ୍ୟୁ

ମହାରାଷ୍ଟ୍ରର ୪ ଜିଲ୍ଲାରେ ଲକଡାଉନ୍, ୯ ସହରରେ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩,୨୮୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୩ ଲକ୍ଷ ଅତିକ୍ରମ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍‌ରେ ୧୧୭ ଜଣଙ୍କର ମୃତ୍ୟୁ ଘଟିଛି । ମହାରାଷ୍ଟ୍ର ଏବଂ କେରଳ ସମେତ ଛଅ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସ୍ଥିତିରେ ମହାରାଷ୍ଟ୍ରରେ ୭୦୭୬, ପଞ୍ଜାବରେ ୬୬୭, କର୍ଣ୍ଣାଟକରେ ୩୪୫, ଗୁଜରାଟରେ ୨୩୯, ହରିୟାଣାରେ ୨୫୯, ଛତିଶଗଡ଼ରେ ୧୯୨ ଏବଂ ରାଜଧାନୀ ଦିଲ୍ଲୀରେ ୧୨୦ ମାମଲା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ୪ ଜିଲ୍ଲାରେ ଲକ୍‌ଡାଉନ ଓ ୯ଟି ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଲଗାଯାଇଛି । ସଂକ୍ରମଣ ବଢ଼ୁଥିବା ଦୃଷ୍ଟିରୁ ମହାରାଷ୍ଟ୍ରର ଆକୋଲାରେ ଶୁକ୍ରବାର ରାତି ୮ଟାରୁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରାଯାଇଛି । ଏହା ମାର୍ଚ୍ଚ ୧୫ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ମହାରାଷ୍ଟ୍ରର ପରଭାଣି ଜିଲ୍ଲାରେ ଶୁକ୍ରବାର ରାତି ୧୨ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି । ସେହିପରି ପୁନେରେ ମଧ୍ୟ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଛି । ଏଥିପୂର୍ବରୁ ମହରାଷ୍ଟ୍ର ସରକାର ନାଗପୁରରେ ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking