29.4 C
Bhubaneswar
Thursday, April 18, 2024
Homeଓଡିଶାମାର୍ଚ୍ଚ ୨୮ରୁ ଝାରସୁଗୁଡାରୁ ଚେନ୍ନାଇକୁ ଉଡିବ ବିମାନ, ମୁମ୍ବାଇକୁ ପ୍ରତିଦିନ ବିମାନ ସେବା

ମାର୍ଚ୍ଚ ୨୮ରୁ ଝାରସୁଗୁଡାରୁ ଚେନ୍ନାଇକୁ ଉଡିବ ବିମାନ, ମୁମ୍ବାଇକୁ ପ୍ରତିଦିନ ବିମାନ ସେବା

ଝାରସୁଗୁଡା : ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟର ୧୮୯ ସିଟ ବିଶିଷ୍ଟ ବିମାନ ଚେନ୍ନେଇକୁ ଉଡିବ । ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଥିବା ସମର ସିଡ୍ୟୁଲରେ ଏହି ବିମାନଟି ନୂତନ ଭାବରେ ଝାରସୁଗୁଡାରୁ ସେବା ଆରମ୍ଭକରି ପ୍ରତିଦନ ଝାରସୁଗୁଡାରୁ ଚେନ୍ନାଇ ମଧ୍ୟରେ ଚଳାଚଳ କରିବ । ସେହିପରି ସପ୍ତାହକୁ  ଚାରିଦିନ ଚାଲିଥିବା ଝାରସୁଗୁଡାରୁ ମୁମ୍ବାଇ ବିମାନ ୨୮ ତାରିଖରୁ ପ୍ରତିଦିନ ଚାଲିବ ଏବଂ ଝାରସୁଗୁଡା- ବେଙ୍ଗଲୋର ବିମାନ ସପ୍ତାହକୁ ୩ ଦିନ ଚାଲିବବୋଲି ଝାରସୁଗୁଡା ବୀର ସୁରନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ସୂଚନା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଇଣ୍ଡିଗୋ ମଧ୍ୟ ଝାରସୁଗୁଡାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ବିମାନ ସେବା ପ୍ରଦାନ କରିବା ପାଇଁ ଯୋଜନା ରଖିଛି । ଏଥିପାଇଁ ଇଣ୍ଡିଗୋ କର୍ତୁପକ୍ଷ ଝାରସୁଗୁଡା ବିମାନ ବନ୍ଦର କର୍ତୁପକ୍ଷଙ୍କ ସହ ଯୋଗାଯୋଗ କରିବାସହ ବିମାନ ବନ୍ଦର ପରିଦର୍ଶନ କରିସାରିଛନ୍ତି । ତେଣୁ ଝାରସୁଗୁଡାରୁ ଜୁନ ମାସ ମଧ୍ୟରେ ଇଣ୍ଡିଗୋ ମଧ୍ୟ ବିମାନ ସେବା ପ୍ରଦାନ କରିପାରେ ବୋଲି ଶ୍ରୀ ସେନାପତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ପୁଣେ, ନାଗପୁର, ଗୈହାଟି, ଅହମଦାବାଦ ପରି ସହରକୁ ମଧ୍ୟ ବିମାନ ସୋବା ଆରମ୍ଭ କରିବା ପାଇଁ ଆଶା ରଖାଯାଇଛିବୋଲି ଶ୍ରୀ ସେନାପତି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking