33.1 C
Bhubaneswar
Monday, May 13, 2024
Homeକରୋନାଚୀନରେ ପୁଣି ଡର ବଢ଼ାଇଲା କରୋନା, ବ୍ୟାପିବାରେ ଲାଗିଛି ଓମିକ୍ରନର ଦୁଇ ନୂଆ ସବଭାରିଆଣ୍ଟ

ଚୀନରେ ପୁଣି ଡର ବଢ଼ାଇଲା କରୋନା, ବ୍ୟାପିବାରେ ଲାଗିଛି ଓମିକ୍ରନର ଦୁଇ ନୂଆ ସବଭାରିଆଣ୍ଟ

ନୂଆଦିଲ୍ଲୀ: ଚୀନରେ ପୁଣି ଡର ବଢ଼ାଉଛି କରୋନା। ଦେଶରେ ଓମିକ୍ରନର ଦୁଇ ନୂଆ ସବଭାରିଆଣ୍ଟ ବିଏଫ.୭ ଓ ବିଏ.୫.୧.୭ ଚିହ୍ନଟ ହୋଇଛି। ଏନେଇ ବିଶେଷଜ୍ଞମାନେ କହିଛନ୍ତି, ଏହି ଦୁଇ ସବଭାରିଆଣ୍ଟ ଅତ୍ୟଧିକ ସଂକ୍ରାମକ ଏବଂ ବିଏଫ.୭ ସବଭାରିଆଣ୍ଟ ସୋମବାର ଚୀନର କିଛି ଅଞ୍ଚଳରେ ବ୍ୟାପିଯାଇଛି। ସ୍ଥାନୀୟ ରୋଗ ନିରାକରଣ ଏବଂ ନିୟନ୍ତ୍ରଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଲି ଶୁଜିଆନ୍ କହିଛନ୍ତି, ଉତ୍ତର-ପଶ୍ଚିମ ଚୀନର ବିଏଫ.୭ ସବଭାରିଆଣ୍ଟ ଚିହ୍ନଟ ହେବା ପୂର୍ବରୁ ଉତ୍ତର ଚୀନ୍ରେ ବିଏ.୫.୧.୭ ସବଭାରିଆଣ୍ଟ ଚହ୍ନଟ ହୋଇଥିଲା। ଉତ୍ତର ଚୀନରେ ଶେଣ୍ଡୋଙ୍ଗ ଅଧିକାରୀ କହିଛନ୍ତି ଯେ ଅକ୍ଟୋବର ୪ ରେ ବିଏଫ.୭ ଚିହ୍ନଟ କରାଯାଇଛି। ଓମିକ୍ରନର ବିଏଫ.୭ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସତର୍କ କରାଯାଇଛି। କୁହାଯାଇଛି ଯେ ଏହି ସବ୍ଭାରିଆଣ୍ଟ ଖୁବ୍ ଶୀଘ୍ର ନୂଆ ସଂକ୍ରମଣ ତିଆରି କରିପାରେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking