36.1 C
Bhubaneswar
Thursday, May 2, 2024
Homeକରୋନାବିଶ୍ୱରେ ଆଉ ୩,୮୨, ୩୬ ସଂକ୍ରମିତ

ବିଶ୍ୱରେ ଆଉ ୩,୮୨, ୩୬ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ମଙ୍ଗଳବାର ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୮୨ହଜାର ୩୬ ଜଣ ସଂକ୍ରମିତ ହୋଇଥିବା ବେଳେ ୫ହଜାର ୪୬୨ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨କୋଟି ୯୭ଲକ୍ଷ ୫୮ହଜାର ୯୫୩ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭ଲକ୍ଷ ୧୧ହଜାର ୬୪୬ ଜଣକୁ ବୃଦ୍ଧି ପାଇଛି । ସେହିପରି ୨୦କୋଟି ୬୪ଲକ୍ଷ ୧୩ହଜାର ୫୦୬ ଜଣ ସୁସ୍ଥ ହୋଇଥିବା ବେଳେ ୧କୋଟି ୮୬ଲକ୍ଷ ୩୩ହଜାର ୮୦୧ଜଣ ଲୋକ ସକ୍ରିୟ ଅଛନ୍ତି ।

ସୂଚନା ଯେ, ବ୍ରାଜିଲରେ ୨କୋଟି ୧୨ ଲକ୍ଷ ୪୭ ହଜାର ୬୬୭ ସଂକ୍ରମିତ ଓ ୫ଲକ୍ଷ ୯୧ ହଜାର ୩୪ମୃତ, ୟୁକେରେ ୭୪ ଲକ୍ଷ ୬୫ ହଜାର ୪୮ ସଂକ୍ରମିତ ଓ ୧ ଲକ୍ଷ ୩୫ ହଜାର ୨୫୨ ମୃତ, ଋଷିଆରେ ୭୨ ଲକ୍ଷ ୯୪ ହଜାର ୬୭୨ ସଂକ୍ରମିତ ଓ ୧ଲକ୍ଷ ୯୮ ହଜାର ୯୯୬ ମୃତ, ଫ୍ରାନ୍ସରେ ୬୯ ଲକ୍ଷ ୫୬ ହଜାର ୮୪୮ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୫୦ ମୃତ, ତୁର୍କୀରେ ୬୮ ଲକ୍ଷ ୭୪ହଜାର ୯୪୭ ସଂକ୍ରମିତ ଓ ୬୧ ହଜାର ୮୦୫ ମୃତ, ଇରାନରେ ୫୪ ଲକ୍ଷ ୪୨ ହଜାର ୨୩୨ ସଂକ୍ରମିତ ଓ ୧ ଲକ୍ଷ ୧୭ ହଜାର ୫୨୬ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୪୧ହଜାର ୩୯୪ ସଂକ୍ରମିତ ଓ ୧ ଲକ୍ଷ ୧୪ ହଜାର ୫୧୮ମୃତ, କଲୋମ୍ବିଆରେ ୪୯ ଲକ୍ଷ ୪୨ ହଜାର ୨୪୯ ସଂକ୍ରମିତ ଓ ୧ ଲକ୍ଷ ୨୫ ହଜାର ୯୨୪ମୃତ, ସ୍ପେନରେ ୪୯ ଲକ୍ଷ ୩୫ ହଜାର ୫୩୪ ସଂକ୍ରମିତ ଓ ୮୫ ହଜାର ୯୦୧ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking