43.9 C
Bhubaneswar
Friday, April 19, 2024
Homeଦେଶ ବିଦେଶସମ୍ପତ୍ତିର ଦେଖାଶୁଣା କରୁଥିବା ବ୍ୟକ୍ତି କେବେ ମାଲିକ ହୋଇପାରିବ ନାହିଁ

ସମ୍ପତ୍ତିର ଦେଖାଶୁଣା କରୁଥିବା ବ୍ୟକ୍ତି କେବେ ମାଲିକ ହୋଇପାରିବ ନାହିଁ

ନୂଆଦିଲ୍ଲୀ : ସମ୍ପତ୍ତିର ଦେଖାରଖା କରୁଥିବା ବ୍ୟକ୍ତି କେବେ ମାଲିକ ହୋଇପାରିବ ନାହିଁ । ଦୀର୍ଘବର୍ଷ ଧରି କେବଳ ଦେଖାରଖା ପାଇଁ ନିୟୋଜିତ ବ୍ୟକ୍ତିର ସମ୍ପତ୍ତି ଉପରେ କୌଣସି ଅଧିକାର ନାହିଁ । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇବା ସମୟରେ ଏହା କହିଛନ୍ତି ସୁପ୍ରିମକୋର୍ଟ ।ଏହାସହ ସୁପ୍ରିମକୋର୍ଟ କୋଲକାତା ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଛନ୍ତି ।

ସୂଚନାଯୋଗ୍ୟ , କୋଲକାତାରେ ଜଣେ ବ୍ୟକ୍ତିଙ୍କ ସମ୍ପତ୍ତିକୁ ଦୀର୍ଘଦିନ ଧରି ଦେଖାରଖା କରୁଥିବା କର୍ମଚାରୀ କବଜା କରିଦେଇଥିଲା । ସେ ଦୀର୍ଘଦିନ ହେବ ସମ୍ପତ୍ତିର ତଦାରଖ କରୁଥିବାରୁ ଏହାକୁ ନିଜର ବୋଲି କହିଥିଲେ । ଏନେଇ ସେ ପ୍ରଥମେ ଦିଓ୍ୱାନୀ କୋର୍ଟରେ ମାମଲା କରିଥିଲେ । କୋର୍ଟ ତାଙ୍କୁ ନ୍ୟାୟ ଦେବା ସହ ମାଲିକଙ୍କୁ ହସ୍ତକ୍ଷେପ କରିବାକୁ ନକୁହନ୍ତୁ ବୋଲି ଆବେଦନ କରିଥିଲେ । ମାମଲା ହାଇକୋର୍ଟରେ ପହଁଚିଥିଲା । ହାଇକୋର୍ଟ କର୍ମଚାରୀଙ୍କ ସପକ୍ଷରେ ମତ ଦେଇଥିଲେ । ମାମଲା ସୁପ୍ରିମକୋର୍ଟରେ ପହଁଚିଥିଲା । ନ୍ୟାୟମୂର୍ତ୍ତି ଅଜୟ ରାସ୍ତୋଗୀ ଓ ଏଏସ ଓକାଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି କହିଥିଲେ ଯେ, କର୍ମଚାରୀ ସମ୍ପତ୍ତିକୁ ୩ ମାସ ମଧ୍ୟରେ ଖାଲି କରିବା ଆବଶ୍ୟକ । ଏହାସହ ସମ୍ପତ୍ତି ପ୍ରକୃତ ମାଲିକଙ୍କୁ ପ୍ରଦାନ କରାଯାଉ । ଯଦି କର୍ମଚାରୀ ଜଣଙ୍କ ସମ୍ପତ୍ତି ହସ୍ତାନ୍ତର ନକରନ୍ତି ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, କର୍ମଚାରୀଙ୍କ ସମ୍ପତ୍ତି ଉପରେ କୌଣସି ହକ୍ ନାହିଁ । କେବେବି କର୍ମଚାରୀ ସମ୍ପତ୍ତି ଉପରେ କବଜା ନେଇ ଦାବି କରିପାରିବା ଅନୁଚିତ । କାରଣ ସେମାନଙ୍କୁ ଘର ମାଲିକ ଦେଖାରଖା ପାଇଁ ରଖିଥାନ୍ତି । ସେମାନଙ୍କଟାରୁ କୌଣସି ଭଡା କିମ୍ବା ରାଜସ୍ୱ ନିଆଯାଏ ନାହିଁ ବୋଲି କୋର୍ଟ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking