37.1 C
Bhubaneswar
Sunday, April 28, 2024
Homeଓଡିଶାବୋର୍ଡ କାର୍ଯ୍ୟାଳୟରେ ବଢ଼ୁଛି କରୋନା: ୩ କର୍ମଚାରୀ ଚିହ୍ନଟ

ବୋର୍ଡ କାର୍ଯ୍ୟାଳୟରେ ବଢ଼ୁଛି କରୋନା: ୩ କର୍ମଚାରୀ ଚିହ୍ନଟ

କଟକ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କାର୍ଯ୍ୟାଳୟରେ ଏବେ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଆତଙ୍କ ସୃ୍େ‌ଟି ହୋଇଛି। କାର୍ଯ୍ୟାଳୟର ପ୍ରାୟ ୩ଜଣ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏଥି ସହିତ ଦୁଇଜଣ କର୍ମଚାରୀ ମଧ୍ୟ ଅସୁସ୍ଥ ହୋଇ ଛୁଟିରେ ରହିଥିବା ଜଣାପଡିଛି । ତେବେ ସେମାନେ ସଂକ୍ରମିତ କି ନାହିଁ ଜଣାପଡ଼ି ନାହିଁ । କରୋନା ପଜିଟିଭ ଚିହ୍ନଟପରେ ସଂକ୍ରମଣକୁ ଏଡାଇବା ଲାଗି କାର୍ଯ୍ୟାଳୟ ପରିସରରେ ସାଧାରଣ ବ୍ୟକ୍ତିଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ସଂକ୍ରମଣ ଜଣାପଡିବା ପରେ ବୋର୍ଡର ସମସ୍ତ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ କରୋନା ପରୀକ୍ଷା କରିବାକୁ ଦାବି ହୋଇଛି ।

ଏନେଇ କିଛି କର୍ମଚାରୀ ବୋର୍ଡ ସଭାପତି ରାମାଶିଷ ହାଜିରାଙ୍କୁ ଅବଗତ କରାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କରୋନା ପରୀକ୍ଷା ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ଯୋଗୁଁ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ତେବେ ଏ ସଂକ୍ରାନ୍ତରେ ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇଙ୍କୁ ଯୋଗାଯୋଗ କରିବାରେ ଆକ୍ରାନ୍ତଙ୍କ ମଧ୍ୟରେ ବୋର୍ଡର ଦୁଇ ଜଣ କର୍ମଚାରୀ ରହିଛନ୍ତି । ଅନ୍ୟ ଜଣେ ଆକ୍ରାନ୍ତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲର ପ୍ରଧାନ ଶିକ୍ଷକ ବୋଲି ସେ କହିଥିଲେ । ସୂଚନା ଅନୁଯାୟୀ, ବୋର୍ଡ ପକ୍ଷରୁ ଆୟୋଜିତ କର୍ମଶାଳାରେ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଠାରୁ ଏହି ସଂକ୍ରମିତ ବ୍ୟାପିଥିବା କୁହାଯାଇଛି ।

ତେବେ ନୂତନ ମୂଲ୍ୟାଙ୍କନ ନୀତି ସମ୍ପର୍କିତ କର୍ମଶାଳାରେ ରାଜ୍ୟର ସମସ୍ତ ଜିଲ୍ଲାରୁ ନବମ ଏବଂ ଦଶମ ଶ୍ରେଣୀ ଲାଗି ଶିକ୍ଷକଙ୍କୁ ତାଲିମ ଦିଆଯାଇଥିଲା । ୬ ଦିନ ଧରି ଏହି କର୍ମଶାଳାରେ ରାଜ୍ୟର ପ୍ରାୟ ୧୯୨ ଜଣରୁ ଉର୍ଦ୍ଧ୍ୱ ଶିକ୍ଷକ ଯୋଗ ଦେଇଥିଲେ । କରୋନା ନିୟମ ଅନୁପାଳନ ପୂର୍ବକ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ଏହି କର୍ମଶାଳାରେ କୌଣସି ନିୟମକୁ ପାଳନ କରାଯାଇ ନଥିଲା । ଫଳରେ ଯେଉଁ କର୍ମଚାରୀମାନେ ଏହି କର୍ମଶାଳାରେ ନିୟୋଜିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ଉକ୍ତ ୫ଜଣ କର୍ମଚାରୀଙ୍କ କରୋନା ଲକ୍ଷଣ ଦେଖା ଦେଇଥିଲା । ପ୍ରଥମେ ଯେଉଁ ୩ଜଣଙ୍କର ଲକ୍ଷଣ ଦେଖାଦେଇଥିଲା ସେମାନେ କରୋନା ପରୀକ୍ଷା କରିବାରୁ ରିପୋର୍ଟ ପଜିଟିଭ ଆସିଥଲା । ପରେ ଅନ୍ୟ ଦୁଇ ଜଣଙ୍କର କରୋନା ଲକ୍ଷଣ ଦେଖାଦେଇଥିବାରୁ ସେମାନେ ଆଇସୋଲେସନରେ ଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking