27.1 C
Bhubaneswar
Monday, May 13, 2024
Homeଓଡିଶାଓଡ଼ିଶାର ୧୫ ଲକ୍ଷ ପିଲାଙ୍କର ମୋବାଇଲ୍ ନାହିଁ

ଓଡ଼ିଶାର ୧୫ ଲକ୍ଷ ପିଲାଙ୍କର ମୋବାଇଲ୍ ନାହିଁ

ଭୁବନେଶ୍ୱର: ରାଜ୍ୟରେ ୧୫ଲକ୍ଷ ୮ହଜାର ୯୩୭ ପିଲାଙ୍କ ପାଖରେ ମୋବାଇଲ ବା କୌଣସି ଡିଜିଟାଲ ଡିଭାଇସ ଉପଲବ୍ଧ ନାହିଁ ବୋଲି ଏକ ସମୀକ୍ଷାରୁ ଜଣାପଡ଼ିଛି । କରୋନା ଲାଗି ରାଜ୍ୟରେ ଗତ ଦେଢ ବର୍ଷରୁ ଅଧିକ ସମୟ ଧରି ସ୍କୁଲ ବନ୍ଦ ଥିବାବେଳେ ଅନଲାଇନ ପାଠପଢାକୁ ବିକଳ୍ପ ଭାବେ ନିଆଯାଇଛି । କେଜିରୁ ପିଜି ପର୍ଯ୍ୟନ୍ତ ପାଠପଢ଼ା ଅନ୍‌ଲାଇନ୍ ମାଧ୍ୟମରେ କରିବାକୁ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ଏହି ବ୍ୟବସ୍ଥାରେ କିଛି ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଥିଲା । ତେଣୁ ଏପରି ସମସ୍ୟା ସମୀକ୍ଷା କରିବାକୁ ସ୍କୁଲସ୍ତରରେ ଏକ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା ।

ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀମାନେ ପିଲାଙ୍କ ଘରକୁ ଘର ବୁଲି ଅନ୍‌ଲାଇନ୍ ପାଠପଢ଼ା ବ୍ୟବସ୍ଥାକୁ ଯାଞ୍ଚ କରିଥିଲେ । ଯାଞ୍ଚରୁ ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ ମୋବାଇଲ ବା କୌଣସି ଡିଜିଟାଲ ଡିଭାଇସ ନଥିବା ଜଣା ପଡ଼ିଥିଲା । ରାଜ୍ୟରେ ମୋଟ ୬୭ ହଜାର୨୦ସ୍କୁଲ ଥିବା ବେଳେ ୩ଲକ୍ଷ ୪୮ହଜାର ୨୪୯ଶିକ୍ଷକ ଅଛନ୍ତି । ୭୬ ଲକ୍ଷ ୮୬ ହଜାର ୮୯୪ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ୧୫ଲକ୍ଷ ୮ହଜାର ୯୩୭ପିଲାଙ୍କ ପାଖରେ କୌଣସି ଡିଜିଟାଲ ଡିଭାଇସ ନାହିଁ ।

ସେହିପରି  ସାରା ଦେଶରେ ୨କୋଟି ୯୬ଲକ୍ଷ ୪୮ହଜାର ୫୮୩ପିଲାଙ୍କ ପାଖରେ ମୋବାଇଲ ନାହିଁ । ବିହାରରେ ସର୍ବାଧିକ ୧କୋଟି ୪୩ଲକ୍ଷ ପିଲାଙ୍କ ନିକଟରେ ଡିଜିଟାଲ ଡିଭାଇସ ନାହିଁ । ତାମିଲନାଡୁରେ ୧୭ଲକ୍ଷ ୫୦ହଜାର, କର୍ଣ୍ଣାଟକରେ ୩୧ଲକ୍ଷ ୩୧ହଜାର ୯୮, ଝାଡଖଣ୍ଡରେ ୩୨ଲକ୍ଷ ୫୨ହଜାର ୨୫୫ ଓ ଆସାମରେ ୩୧ଲକ୍ଷ ୬ହଜାର ୨୫୫ଜଣ ପିଲାଙ୍କ ପାଖରେ ମୋବାଇଲ ନାହିଁ । ଅପରପକ୍ଷେ ମୋବାଇଲ ନଥିବା ତାଲିକାରେ ମଧ୍ୟ ଆଣ୍ଡ୍ରୋଏଡ ସେଟ୍ ଆଦୌ ନଥିବା ଏବଂ କିଛି ସ୍ଥାନରେ ନେଟ୍ ଆଦୌ ନଥିବା ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking