32.1 C
Bhubaneswar
Thursday, March 28, 2024
Homeଓଡିଶା‘ବି-କାଟ୍‌’ ଫଳ ପ୍ରକାଶିତ

‘ବି-କାଟ୍‌’ ଫଳ ପ୍ରକାଶିତ

ଭୁବନେଶ୍ୱର:  ୨୦୨୧-୨୨ ଶିକ୍ଷାବର୍ଷ ଲାଗି କଟକସ୍ଥିତ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍‌ରେ ୪ବର୍ଷିଆ ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି(ବି-କାଟ୍‌) ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷାଫଳ ଗୁରୁବାର ଓଜେଇଇ ପକ୍ଷରୁ ପ୍ରକାଶ ପାଇଛି । ୯୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୩୭ ଜଣ ଛାତ୍ରଛାତ୍ରୀ ସିନେମାଟୋଗ୍ରାଫି, ସାଉଣ୍ଡ ରେକର୍ଡିଂ ଆଣ୍ଡ ସାଉଣ୍ଡ ଡିଜାଇନିଂରେ ଓ ୬୦ ଜଣ ଫିଲ୍ମ ଏଡିଟିଂ ପାଠ୍ୟକ୍ରମରେ ନାମଲେଖା ଲାଗି ମନୋନୀତ ହୋଇଛନ୍ତି ।

ତେବେ ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା ଫଳ ୱେବସାଇଟ୍‌ରେ ନିଜର ଆପ୍ଲିକେସନ ନମ୍ୱର ଏବଂ ଜନ୍ମ ତାରିଖ ଦାଖଲ କରି ଡାଉନଲୋଡ୍ କରିପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ପରୀକ୍ଷା ପାଇଁ ୧୫୭ ଜଣ ଛାତ୍ରଛାତ୍ରୀ ନିଜର ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ୯୭ ଜଣ ପ୍ରବେଶିକା ପରୀକ୍ଷା ଦେଇଥିବାବେଳେ ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ସୁଯୋଗ ଦିଆଯାଇଛି । ଗତ ୩୦ତାରିଖରେ ଅନ୍‌ଲାଇନ୍ ମାଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲାବେଳେ ରାଜ୍ୟରେ କଟକ, ଭୁବନେଶ୍ୱର ଏବଂ ବାଲେଶ୍ୱରରେ ପରୀକ୍ଷାକେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking