29.1 C
Bhubaneswar
Thursday, May 2, 2024
Homeଓଡିଶାକରୋନା ମାଡ଼ିଗଲା ନିୟମଗିରି ପାହାଡ଼କୁ, ୨୦ରୁ ଅଧିକ ଡଙ୍ଗରିଆ ସଂକ୍ରମିତ

କରୋନା ମାଡ଼ିଗଲା ନିୟମଗିରି ପାହାଡ଼କୁ, ୨୦ରୁ ଅଧିକ ଡଙ୍ଗରିଆ ସଂକ୍ରମିତ

ରାୟଗଡ଼ା : ନିୟମଗିରି ପାହାଡ଼ରେ କରୋନା ସଂକ୍ରମଣ । ଆତଙ୍କିତ ଅବସ୍ଥାରେ ନିୟମଗିରି ପାହାଡ଼ ଅଞ୍ଚଳର ଡଙ୍ଗରିଆ କନ୍ଧ। ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ପାହାଡ଼ ଅଞ୍ଚଳର ପାରସାଲି ପଞ୍ଚାୟତରେ କରୋନା ପଜିଟିଭ ଚିହ୍ନଟ । ସ୍ଥାନୀୟ ସରପଞ୍ଚଙ୍କ ସମେତ ପ୍ରାୟ ୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କଲ୍ୟାଣସିଂହପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ଅଧିକାରୀଙ୍କ ସହିତ ଏକ ମେଡିକାଲ୍‌ ଟିମ୍‌ ଫାକେରୁ ଗାଁରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି। ଏହା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ଔଷଧପତ୍ର ମଧ୍ୟ ଦେଇଛନ୍ତି । ବିଡିଓ ଡଙ୍ଗରିଆମାନଙ୍କୁ ସଚେତନ କରିବା ସହିତ ସାମାଜିକ ଦୂରତା ରକ୍ଷା କରିବା ପାଇଁ ବୁଝାଶୁଝା କରୁଛନ୍ତି । ନିୟମଗିରି ପାହାଡ଼ ଅଞ୍ଚଳର ଅଧିବାସୀ ସାଧାରଣତଃ ଅସୁସ୍ଥ ହେଲେ ଚିକିତ୍ସା ନକରି ଦେବଦେବୀଙ୍କୁ ପୂଜାପାଠ ଉପରେ ଗୁରୁତ୍ୱ ଦେଉଥିବାରୁ ଚିନ୍ତା ଅଧିକ ବଢିଛି । ଠିକ୍‌ ସମୟରେ ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ସରପଞ୍ଚ ଦାବି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking