27.8 C
Bhubaneswar
Friday, April 19, 2024
Homeଓଡିଶାବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା, ଥାନାରେ ମାମଲା 

ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା, ଥାନାରେ ମାମଲା 

ରାୟଗଡ଼ା : ବିବାହର ପ୍ରତିଶୃତି ଦେଇ ଶାରିରୀକ ସଂପର୍କ ରଖିବା ଓ ସ୍ୱାମୀ ସ୍ତ୍ରୀ ଭାବେ ୫ ବର୍ଷ ଏକାଠି ରହିବା ପରେ ମଧ୍ୟ ଯୁବକ ଜଣକ ଅନ୍ୟଜଣକୁ ବାହାହୋଇଯିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏନେଇ ସଂପୃକ୍ତ ଯୁବତୀ ଜଣଙ୍କ ରାୟଗଡା ଟାଉନ୍‍ ଥାନାରେ ଲିଖିତ ଏଲା ଦେବାପରେ ମାମଲା ଏକ ରୁଜୁ ହୋଇଛି । ବାଲେଶ୍ୱର ସହରର ରଶ୍ମିବାଳା ବେହେରା ନାମ୍ନୀ ଜଣେ ଯୁବତୀ ରାୟଗଡା ଜିଲ୍ଲା ଜେକେପୁର ଗ୍ରାମର ସଞ୍ଜୀବ ବେହେରା ନାମକ ଜଣେ ଯୁବକଙ୍କ ସହ ଫେସ୍‍ବୁକ୍‍ରେ ଭିଲ ପାଇଥିଲେ । ଉଭୟେ ପରସ୍ପରକୁ ଭଲପାଇବା ପରେ ୨୦୧୬ ରେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ବିବାହ କରିଥିଲେ । ଏହାପରେ ସେମାନେ ଭୁବନେଶ୍ୱରେ ୨୦୧୭ରୁ ୨୦୨୦ ଯାଏଁ ସ୍ୱାମୀ ସ୍ତ୍ରୀ ଭାବେ ରହିଆସୁଥିଲେ ।

ହେଲେ ଚଳିତ ମେ ମାସ ୭ ତାରିଖ ଦିନ ଅଭିଯୁକ୍ତ ସଞ୍ଜୀବ ଅନ୍ୟଜଣେଙ୍କୁ ବିଭାହ କରିଥିଲେ । କଥା ଶୁଣିବା ପରେ ରଶ୍ମିବାଳା ରାୟଗଡା ଆସି ସଞ୍ଜିବଙ୍କୁ ଖୋଜିଥିଲେ । ସେ ସଞ୍ଜୀବ ଜେକେପୁରରେ ରହୁଥିବା ଘରକୁ ଯାଇ ସଞ୍ଜୀବକୁ ଭେଟି ପଚାରିଥିଲେ । ହେଲେ ସଞ୍ଜୀବ ମହିଳାଙ୍କୁ ଏକ ଲଜରେ ରଖି ନିଜ ପରିବାର ସହ କୁଆଡେ ଫେରାର ହୋଇଯାଇଛି । ଏନେଇ ଯୁବତୀ ଜଣକ ରାୟଗଡା ଥାନାରେ ଏତଲା ଦେବାପରେ ସଞ୍ଜୀବ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଗତକାଲି ଯୁବତୀ ଜଣକ ସଞ୍ଜୀବର ଘର ଆଗରେ ଧାରଣାରେ ବସିବା ପାଇଁ ଉଦ୍ୟମ କରିବା ବେଳେ ପୋଲିସ୍‍ ତାକୁ ଆଣି ରାୟଗଡାରେ ସ୍ୱଧାର ଗୃହରେ ରଖିଛି ।

ନ୍ୟାୟ ନମିଳିବା ଯାଏଁ ଯୁବତୀ ଜଣକ ଏଠାରେ ରହିବା ପାଇଁ ସ୍ଥିର କରିଥିବା ବେଳେ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବି ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷେ ଏନେଇ ଅଭିଯୁକ୍ତ ସଞ୍ଜବ ସପରିବାର ଫେରାର ରହିଥିବାରୁ ତାର କିମ୍ବା ପରିବାରର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଘଟଣାରେ ରାୟଗଡା ପୋଲିସ୍‍ ଏକ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିବା ଏସ୍‍ଡିପିଓ ଦେବଜ୍ୟୋତି ଦାଶ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking