ନୂଆଦିଲ୍ଲୀ : ସଂସଦରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବିବୃତି । କରୋନା ନେଇ ଲୋକସଭାରେ ସ୍ୱାସ୍ଥ୍ର ମନ୍ତ୍ରୀ ମାଣ୍ଡଭୀୟଙ୍କ ବୟାନ । କେତେକ ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଚୀନ୍ ଓ ଜାପାନ୍ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ଲଗାତାର କମୁଛି । ଭାରତରେ କରୋନା ମୁକାବିଲା ନେଇ କେନ୍ଦ୍ର ପ୍ରସ୍ତୁତ ରହିଛି । ରାଜ୍ୟମାନେ ଜିନମ୍ ସିକ୍ୟୁଏନସିଂ ଜରିଆରେ ନୂଆ ଭାରିଆଣ୍ଟ ଚିହ୍ନଟ କରନ୍ତୁ । ରାଜ୍ୟମାନଙ୍କୁ କେନ୍ଦ୍ର ମହାବାରୀ ବାବଦ ଆର୍ଥିକ ସହାୟତା ଦେଉଛି । ଏଯାବତ୍ ରାଜ୍ୟମାନଙ୍କୁ ୨୨୦ କୋଟି ଡୋଜ୍ କୋଭିଡ୍ ଟିକା ଦିଆଯାଇଛି । ବାହାର ଦେଶରୁ ଆସୁଥିବା ଯାତ୍ରୀଙ୍କ ସାମ୍ପଲ ନିଆଯାଇ ଟେଷ୍ଟ ହେଉଛି । ମହାମାରୀ ମୁକାବିଲା ନେଇ ଆମେ ବଦ୍ଧ ପରିକର କହିଲେ ମାଣ୍ଡଭୀୟ ।