36.1 C
Bhubaneswar
Thursday, May 2, 2024
Homeଓଡିଶାନିୟନ୍ତ୍ରଣ ବଜାର କମିଟି ଆରମ୍ଭ କଲା ଧାନକ୍ରୟ ସଚେତନତା ରଥ

ନିୟନ୍ତ୍ରଣ ବଜାର କମିଟି ଆରମ୍ଭ କଲା ଧାନକ୍ରୟ ସଚେତନତା ରଥ

ମୟୂରଭଞ୍ଜ: ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ନିର୍ଦ୍ଦେଶକ୍ରମେ ଚଳିତ ଖରିଫ ଧାନ ସଂଗ୍ରହ କରାଯିବା ସକାଶେ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିସେମ୍ବର ମାସ ୨୦ ତାରିଖରୁ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ପାଇଁ ସ୍ଥିର କରାଯାଇଛି। ଏହି ଧାନ ବିକ୍ରୟ ସଂକ୍ରାନ୍ତରେ ଚାଷୀମାନଙ୍କ ସଚେତନତା ପାଇଁ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟୀ ଅଧ୍ୟକ୍ଷ ତଥା ବାମନଘାଟୀ ଉପଜିଲ୍ଲାପାଳ ସରୋଜ କୁମାର ଦାସ ସଚେତନତା ରଥକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ଏଥିରେ ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ସୀମା ମୁର୍ମୁ,ସହକାରୀ ଯୋଗାଣ ଅଧିକାରୀ ସାରଙ୍ଗଧର ବେହେରା,ନିୟନ୍ତ୍ରିତ ବଜାର କମିଟୀର ସଂପାଦକ ହେମନ୍ତ କୁମାର ନାଏକ,ନିୟନ୍ତ୍ରିତ ବଜାର କମିଟୀର କର୍ମଚାରୀ ଦିନେଶ କୁମାର ବେହେରା,ଭୋଳାନାଥ ହେମ୍ବ୍ରମ୍,ଅଜୟ କୁମାର ମଲ୍ଲିକ ଓ ଦେବନନ୍ଦନ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ବାମନଘାଟୀ ଉପଖଣ୍ଡର ୭ଟି ବ୍ଲକରେ ଏହି ରଥ ବୁଲି ଧାନର ଗୁଣାତ୍ମକ ମାନ,ସର୍ବନିମ୍ନ ସହାୟକ ମୂଲ୍ୟ,ପଞ୍ଜିକୃତ ଜମି ସମ୍ପର୍କରେ ଟୋକନ ଓ ପ୍ରଦତ୍ତ ଅର୍ଥ ସମ୍ବନ୍ଧରେ ଚାଷୀମାନଙ୍କୁ ସଚେତନ କରାଇବା ଜରୁରୀ ବୋଲି ଉପଜିଲ୍ଲାପାଳ ପ୍ରକାଶ କରିଥିଲେ ।

ଚଳିତ ମାସ ୨୦ ତାରିଖରୁ ଧାନକ୍ରୟ ଏବଂ ଧାନ ବିକ୍ରୟ ନିମନ୍ତେ ଟୋକନ ଚାଷୀମାନଙ୍କ ପାଖକୁ ପହଂଚିବ ବୋଲି ସହକାରୀ ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ। ଚଳିତବର୍ଷ ଗ୍ରେଡ ଏ ଧାନର କ୍ବିଣ୍ଟାଲ ପିଛା ଦର ୨୬୬୦ ଟଙ୍କା ଏବଂ ସାଧାରଣ ଏଫ୍ ଏ କ୍ୟୁ ଧାନ କ୍ବିଣ୍ଟାଲ ପିଛା ଦର ୨୦୪୦ ଟଙ୍କା ବୋଲି ନିୟନ୍ତ୍ରିତ ବଜାର କମିଟୀ ସୂଚନା ଦେଇଥିଲେ।ଏଥିସହ ସକାଳ ଆଠ ଘଟିକାରୁ ଅପରାହ୍ନ ଦୁଇ ଘଟିକା ମଧ୍ୟରେ ଅଖାବସ୍ତାରେ ଧାନ ଆଣିବା ସହ ସାଙ୍ଗରେ ଆଧାରକାର୍ଡ,ବ୍ୟାଙ୍କ ପାସ୍ ବହିର ନକଲ ଆଣିବାକୁ ଯୋଗାଣ ଅଧିକାରୀ ସୂଚନା ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking