33.1 C
Bhubaneswar
Friday, May 17, 2024
Homeଓଡିଶାପିଏସିରେ ଉଠିଲା ବଲାଙ୍ଗୀରର ୪ ହଜାର କୋଟି ଜମି ଦୁର୍ନୀତି ପ୍ରସଙ୍ଗ

ପିଏସିରେ ଉଠିଲା ବଲାଙ୍ଗୀରର ୪ ହଜାର କୋଟି ଜମି ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ୱର: ବହୁ ଦିନ ବ୍ୟବଧାନ ପରେ ବିଧାନସଭାର ପବ୍ଲିକ୍ ଆକାଉଣ୍ଟସ କମିଟି(ପିଏସି) ବୈଠକ ଆଜି ଅନୁଷ୍ଠିତ ହୋଇଛି। କମିଟି ଅଧ୍ୟକ୍ଷ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ପୂର୍ତ୍ତ ବିଭାଗର ବିଭିନ୍ନ କାମ ଉପରେ ସିଏଜି ଉଠାଇଥିବା ଆପତ୍ତି ସମ୍ପର୍କରେ ଆଲୋଚନା ହୋଇ ସବବିଶେଷ ତଥ୍ୟ ରଖିବାକୁ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟରେ ଜମି ସିଲିଂ ସଂକ୍ରାନ୍ତୀୟ ବହୁ ମାମଲା ବର୍ଷ ବର୍ଷ ଧରି ରାଜସ୍ବ ବିଭାଗରେ ଗଡ଼ୁଥିବାରୁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା। ଏଥିରେ ବଲାଙ୍ଗୀର ରାଜପରିବାର ପକ୍ଷରୁ ଜମି କିଣାବିକାରେ ୪ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଉଠୁଥିବା ଅଭିଯୋଗ ସମ୍ପର୍କରେ ରାଜସ୍ବ ବିଭାଗର ଅଧିକାରୀଙ୍କୁ ସ୍ପଷ୍ଟୀକରଣ ମଗାଯାଇଥିଲା। ଏହି ଅଭିଯୋଗ ଉପରେ ତଦନ୍ତ କରି ରିପୋର୍ଟ ସହ ଆବଶ୍ୟକ କାଗଜପତ୍ର ପରବର୍ତ୍ତୀ ବୈଠକରେ ଉପସ୍ଥାପନ କରିବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ସହ ୬ ମାସ ମଧ୍ୟରେ ସିଲିଂ ସଂକ୍ରାନ୍ତୀୟ ଅନ୍ୟ ମାମଲାଗୁଡ଼ିକର ବିଚାର କରିବାକୁ ବିଭାଗକୁ କୁହାଯାଇଥିଲା।

ସୂଚନାଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନ ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପିଏସି ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଥିଲେ। କିନ୍ତୁ ସେ କରୋନାରେ ପୀଡ଼ିତ ହୋଇ ଅସୁସ୍ଥ ଥିବା ଯୋଗୁ ଦୀର୍ଘ ଦିନ ଧରି ସେ ବିଧାନସଭା ଆସିପାରୁ ନାହାନ୍ତି। ସେଥି ପାଇଁ ପିଏସି ବୈଠକ ହୋଇ ପାରୁନଥିଲା। ଗତ ଅଗଷ୍ଟ ମାସରେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ସେ ପିଏସି ଅଧ୍ୟକ୍ଷ ହୋଇ ନଥିଲେ। ମୋହନ ମାଝୀଙ୍କୁ ଏହି ଦାୟିତ୍ବ ଅର୍ପଣ କରାଯାଇଥିଲା। ଏହା ମଧ୍ୟରେ ଶ୍ରୀ ମାଝୀ ୪ ଥର ପିଏସି ବୈଠକ ଡାକିଥିଲେ ମଧ୍ୟ କୋରମ୍ ଅଭାବରୁ ହୋଇ ପାରି ନଥିଲା। କମିଟିର ସଦସ୍ୟ ଥିବା ବିଜେଡି ବିଧାୟକମାନେ ବୈଠକରେ ଅନୁପସ୍ଥିତ ରହୁଥିଲେ। ଆଜି ପ୍ରଥମ ଥର ପାଇଁ ବୈଠକ ସ୍ବାଭାବିକ ଭାବେ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking