43.9 C
Bhubaneswar
Friday, April 19, 2024
Homeଓଡିଶାରାହା ଦେଖାଇଲେ ମଞ୍ଜରି, ରାସ୍ତାରୁ ପାଇଥିବା ଟଙ୍କା ଫେରାଇଲେ ସଚ୍ଚୋଟ କନେଷ୍ଟବଲ

ରାହା ଦେଖାଇଲେ ମଞ୍ଜରି, ରାସ୍ତାରୁ ପାଇଥିବା ଟଙ୍କା ଫେରାଇଲେ ସଚ୍ଚୋଟ କନେଷ୍ଟବଲ

 
ବଲାଙ୍ଗୀର,(ଦେବାଶିଷ ମିଶ୍ର) – ବଲାଙ୍ଗୀର ସହର ଭିତରେ ଜଣେ ମହିଳା କନେଷ୍ଟବଲ ତାଙ୍କର ସଚ୍ଚୋଟତାର ପ୍ରମାଣ ଦେଇ ପୋଲିସ ପାଇଁ ଗୌରବ ଆଣିଛନ୍ତି । ସୂଚନା ଅନୁଯାୟୀ ମହିଳା କନେଷ୍ଟବଲ (୬୮୯) ମଞ୍ଜରୀ ବିଶ୍ୱାଲ ଆଜି ସହର ର ପାଟଣା ହୋଟେଲ ଛକ ଠାରେ ଟ୍ରାଫିକ ଡ୍ୟୁଟି କରୁଥିଲେ । ସେହି ସମୟରେ ପାଟଣା ହୋଟେଲ ଛକ ଦେଇ ଯାଉଥିବା ଜଣେ ପଥଚାରୀଙ୍କ ୧୦ ହଜାର ଟଙ୍କା ହଜି ଯାଇଥିଲା । ସେହି ଟଙ୍କା ମଞ୍ଜରୀ ବିଶ୍ୱାଲ ପାଇଥିଲେ । କିନ୍ତୁ କୌଣସି ପ୍ରକାର ଲୋଭ ନକରି ମଞ୍ଜରୀ ପଥଚାରୀଙ୍କୁ ଠାବ କରି ପାଇଥିବା ଟଙ୍କା ଫେରାଇ ଦେଇଥିଲେ । ଯାହା ଜନସାଧାରଣ ଙ୍କ ସାମନାରେ ପୋଲିସ ର ଛବି କୁ ଆହୁରି ସ୍ପଷ୍ଟ କରିବ ଆଉ ପୋଲିସ ଓ ପବ୍ଲିକ ର ସଂପର୍କ ଆହୁରି ମଝବୁତ କରିବ । ଏ ସମ୍ପର୍କରେ ବଲାଙ୍ଗୀର ଏସପି ଏମ.ସନ୍ଦୀପ ସମ୍ପତ ଟୁଇଟ କରିଥିଲେ । ଏସପିଙ୍କ ଟୁଇଟ ପରେ ଏହି ଖବର ସହରରେ ଏକ ପ୍ରକାର ଭାଇରାଲ ହୋଇଛି । ମଞ୍ଜରୀଙ୍କ ସାଧୁତାକୁ ବିଭିନ୍ନ ମହଲରେ ବେଶ ପ୍ରଶଂସା କରାଯିବା ସହିତ ତାଙ୍କ ନିକଟକୁ ଅଭିନନ୍ଦନର ସୂଅ ଛୁଟୁଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking