38.8 C
Bhubaneswar
Friday, April 19, 2024
Homeଅପରାଧଟିଉସନରେ ଛାତ୍ରୀଙ୍କୁ ଅସଦାଚରଣ କରି ଅଧ୍ୟାପକ ଗିରଫ

ଟିଉସନରେ ଛାତ୍ରୀଙ୍କୁ ଅସଦାଚରଣ କରି ଅଧ୍ୟାପକ ଗିରଫ

ମୟୁରଭଞ୍ଜ:ରାଇରଙ୍ଗପୁର ମହାବିଦ୍ୟାଳୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଦୁଷ୍କର୍ମର ଶିକାର ହୋଇ ଅଭିଯୋଗ ପରେ ବି ଲାଞ୍ଚୁଆ ପୋଲିସ ଅଧିକାରୀ ଅଭିଯୁକ୍ତ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଅନୁକମ୍ପା ଦେଖାଉଥିବା ଜଣାପଡିଛି । ତେବେ ଏହିଭଳି ଘଟଣା ମାନସିକ ଚାପଗ୍ରସ୍ତ ହୋଇ ଚୁକ୍ତିଭିତ୍ତିକ ଅଧ୍ୟାପିକା ରୁକ୍ମଣୀଙ୍କ ଆତ୍ମହତ୍ୟା ଭଳି ଘଟଣା ମନରୁ ନ ଲିଭୁଣୁ ଆଉ ଜଣେ ଛାତ୍ରୀ ଶିକ୍ଷକଙ୍କ ଦ୍ଵାରା ଅସଦାଚରଣର ଶିକାର ହେବା ଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଅଧ୍ୟାପକ ନିଜ ପାଖରେ ଟିଉସନ ହେଉଥିବା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରି ଗିରଫ ହବାକୁ ନେଇ ପୁଣିଥରେ ରାଇରଙ୍ଗପୁର ଚର୍ଚ୍ଚାରେ।
ସୂଚନା ଅନୁଯାୟୀ ,ନାବାଳିକା ଛାତ୍ରୀ ଜଣକ ଟିଉସନ ପରେ ଘରକୁ ଯିବାକୁ ବାହାରୁ ଥିବା ସମୟରେ କଥା ଅଛି କହି ଅଧ୍ୟାପକ ଅଟକିବାକୁ କହିଥିଲେ। ଅନ୍ୟ ଛାତ୍ରୀମାନେ ଚାଲିଯିବା ପରେ ତାଙ୍କୁ ଅସଦାଚରଣ କରିଥିବା ଓ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଛାତ୍ରୀ ଜଣକ ଘରେ ନିଜ ମା ଙ୍କୁ ଘଟଣା ବିଷୟରେ ଜଣାଇବା ପରେ ପରିବାର ପକ୍ଷରୁ ଥାନାରେ ଲିଖିତ ଏତଲା ଦେଇଥିଲେ। ରାଇରଙ୍ଗପୁର ଟାଉନଥାନା ପୁଲିସ ଏତଲାକୁ ଭିତ୍ତିକରି ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି। ଗିରଫ ଅଧ୍ୟାପକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟର କମ୍ପ୍ୟୁଟର ଶିକ୍ଷକ ନିରୋଜ ବେହେରା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking