31.1 C
Bhubaneswar
Wednesday, May 8, 2024
Homeଓଡିଶାରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେବ କଂଗ୍ରେସ

ରାଜ୍ୟ ନିର୍ବାଚନ କମିଶନଙ୍କୁ ଫେରାଦ ହେବ କଂଗ୍ରେସ

ଭୁବନେଶ୍ୱର – ଜଗତସିଂହପୁର ଜିଲ୍ଲାର ବାଲିକୁଦା ଜୋନ ନଂ-୨ ଜିଲ୍ଲା ପରିଷଦ ଆସନ ଅନୁସୂଚିିତ ଜାତିବର୍ଗ ପାଇଁ ସଂରକ୍ଷିତ । ଏହି ସଂରକ୍ଷିତ ଆସନରେ ଶାସକ ବିଜୁଜନତା ଦଳ ପକ୍ଷରୁ ଏକ ସାଧାରଣ ବର୍ଗର ଲୋକଙ୍କୁ ପ୍ରାର୍ଥି କରାଯାଇଛି । ଶାସକ ବିଜେଡ଼ି ତରଫରୁ ପ୍ରାର୍ଥି ହୋଇଥିବା ଜଟାଧାରୀ ଦାସଙ୍କ ଜାତି କୈବର୍ତ – ବୈଷ୍ଣବ ଯାହା ଅନୁସୂଚିତ ଜାତି ତାଲିକାରେ ନାହିଁ । କିନ୍ତୁ ଚଂଚକତା କରି ଏକ ସଂରକ୍ଷଣ ବର୍ଗର ପ୍ରାର୍ଥିଙ୍କ ଅଧିକାରକୁ ଛଡ଼ାଇ ନେବା ପାଇଁ ଶାସକ ବିଜୁ ଜନତା ଦଳର ହୀନ ଉଦ୍ୟମ ସଂପୂର୍ଣ୍ଣ ନିନ୍ଦନୀୟ । ପୁନଶ୍ଚ ପ୍ରାର୍ଥି ହୋଇଥିବା ଶ୍ରୀ ଦାସ ଆବେଦନ କରିଥିବା ଜାତି ପ୍ରମାଣ ପତ୍ରକୁ ତହସିଲଦାର ନାକଚ କରିବା ସତ୍ୱେ ସେ ବହୁ ପୂରୁଣା ମିଥ୍ୟା ଜାତି ପ୍ରମାଣପତ୍ର ଦାଖଲ କରିଛନ୍ତି ଯାହା ଉପରେ ଦଳ ତରଫରୁ ରିଂଟର୍ଣ୍ଣି ଅଫିସରଙ୍କ ପାଖରେ ଅଭିଯୋଗ କରାଯାଇ ପ୍ରାର୍ଥିପତ୍ର ତୂରନ୍ତ ନାକଚ କରାଯିବାକୁ ଦାବି କରାଯାଇଛି । ଯଦି ରିଂଟର୍ଣ୍ଣି ଅଫିସର ପ୍ରାର୍ଥିତ୍ୱକୁ ନାକଚ ନକରନ୍ତି ଏବଂ ମିଥ୍ୟ ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗରେ ଯଦି ସଂପୃକ୍ତ ପ୍ରାର୍ଥିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାନଯାଏ ତାହାହେଲେ କଂଗ୍ରେସ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହେବ ବୋଲି ଦଳ ତରଫରୁ ପିସିସି ସାଧାରଣ ସଂପାଦକ ଡ. ଲଲାଟେନ୍ଦୁ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking