40.1 C
Bhubaneswar
Thursday, April 25, 2024
Homeଓଡିଶାମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ...

ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ

# ଦେଶମାତୃକା ପାଇଁ ତ୍ୟାଗ, ବଳିଦାନ, ବୀରତ୍ୱ, ନେତୃତ୍ୱ ଓ ପରାକ୍ରମ ନିଶ୍ଚିତ ଭାବେ ଆଗାମୀ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ : ସମୀର ମହାନ୍ତି
 ଆଜିର ଦିବସକୁ ଦେଶବ୍ୟାପୀ “ପରାକ୍ରମ ଦିବସ” ଭାବେ ପାଳନ କରାଯାଉଥିବାରୁ ଆମେ ସମସ୍ତେ ଗର୍ବିତ
ଭୁବନେଶ୍ୱର,: ଦୀର୍ଘ ୨୦୦ ବର୍ଷ ପୂର୍ବେ ବ୍ରିଟିଶ ସାମ୍ରାଜ୍ୟକୁ ପ୍ରତିହିତ କରିବା ପାଇଁ ଅଦ୍ଭୁତ ରଣକୈାଶଳ ଜରିଆରେ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ଯେଉଁ ଲଢେଇ ଆରମ୍ଭ ହୋଇଥିଲା, ଏ ଜାତି ସେହି ମହାନ ପରାକ୍ରମୀ ସେନାନୀଙ୍କ ନିକଟରେ ଚିର କୃତଜ୍ଞ । ସେହିପରି ଦେଶମାତୃକାର ସେ ବା କରିବା ଓ ବ୍ରିଟିଶ ଶାସନ ବିରୁଦ୍ଧରେ ଲଢେଇ କରିବା ପାଇଁ ବିଳାସପୂର୍ଣ୍ଣ ଜୀବନଯାପନକୁ ପରିତ୍ୟାଗ କରି ଆଗେଇ ଆସିଥିବା ଉଚ୍ଚଶିକ୍ଷିତ, ମେଧାବୀ, ବିଚକ୍ଷଣ ବୁଦ୍ଧି, ଜ୍ଞାନର ଅଧିକାରୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ କେବଳ ଭାରତରେ ନୁହେଁ ଭାରତ ଆର୍ନ୍ତଜାତୀୟ ସ୍ତରରେ ମଧ୍ୟ ନିଜ ପରାକ୍ରମତାର ପରିଚୟ ଦେଇଥିଲେ । ଆଜି ସେହି ମହାନ ଦୁଇ ଓଡିଆ ବରପୁତ୍ରଙ୍କ ଜନ୍ମ ଜୟନ୍ତୀ । ଆଜିର ଦିବସକୁ ଦେଶବ୍ୟାପୀ ପରାକ୍ରମ ଦିବସ ଭାବେ ପାଳନ କରାଯାଉଥିବାରୁ ଆମେ ସମସ୍ତେ ଗର୍ବିତ ।
ଋାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ଭୂବନେଶ୍ୱରର ରସୁଲଗଡ ଛକରେ ଥିବା ନେତାଜୀଙ୍କ ପ୍ରତିମୁର୍ତି ଏବଂ ଭିଏସଏସ ନଗରଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୁର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ହରେକୃଷ୍ନ ଖୁଂଟିଆ, ଜିଲ୍ଲା ସଭାପତି ବାବୁ ସିଂଙ୍କ ସମେତ ରାଜ୍ୟ ତଥା ଜିଲ୍ଲାର ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପରାକ୍ରମ ଦିବସ ପାଳନ ଅବସରରେ ଆଜି ରାଜ୍ୟ ବିଜେପି ବୁଦ୍ଧିଜୀବି ପ୍ରକୋଷ୍ଠ ତରଫରୁ କରୋନା କଟକଣା କାରଣରୁ ଏକ ଆଭାଷି ଆଲୋଚନାଚକ୍ର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଓଡିଆ ପୁଅ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଏବଂ ବୀର ସୁରେନ୍ଦ୍ର ସାଏଙ୍କ ଦେଶମାତୃକା ପାଇଁ ତ୍ୟାଗ, ବଳିଦାନ, ବୀରତ୍ୱ, ନେତୃତ୍ୱ ଓ ପରାକ୍ରମ ନିଶ୍ଚିତ ଭାବେ ଆଗାମୀ ଯୁବପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଆଜିର ଦିବସଟି ଆମ ସମସ୍ତଙ୍କ ପାଇଁ ଗୈାରବର ଦିନ । ରାଷ୍ଟ୍ରୀୟ ସ୍ତରରେ ଓଡିଶାର ସମ୍ମାନ ବୃଦ୍ଧି ପାଇଛି । ଆଜି ରାଜ୍ୟବ୍ୟାପୀ ଏହି ଦୁଇ ମହାନ ସଂଗ୍ରାମୀଙ୍କ ଜୟନ୍ତୀ ପାଳନ କରାଯାଉଥିବାବେଳେ ରାଜଧାନୀ ଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍‌ରେ ନେତାଜୀଙ୍କ ହୋଲଗ୍ରାମ ପ୍ରତିମୂର୍ତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିଛନ୍ତି । ବହୁ ଶୀଘ୍ର ଗ୍ରାନାଇଟ ପଥରରେ ନିର୍ମିତ ନେତାଜୀଙ୍କ ପ୍ରତିମୁର୍ତି ସ୍ଥାପନା କରାଯିବ ଏବଂ ବିଶିଷ୍ଟ ସ୍ଥପତିକାର ଶ୍ରୀ ଅଦୈତ୍ୟ ଗଡନାୟକଙ୍କୁ ସେହି ପ୍ରତିମୁର୍ତି ଗଢିବାର ଦାୟୀତ୍ୱ ପ୍ରଦାନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏବଂ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି କୃତଜ୍ଞତା ଜଣାଇଛନ୍ତି ।
ଏହି ଆଲୋଚନାଚକ୍ରରେ ଭାରତୀୟ ସେନାର ପୂର୍ବତନ ସେନାଧିକାରୀ ତଥା ଲେଫ୍ଟେନାଂଟ ଜେନେରାଲ ନାରାୟଣ ମହାନ୍ତି, କର୍ଣ୍ଣେଲ ତ୍ରିଲୋଚନ ଦାସ ଏବଂ ନେତାଜୀଙ୍କ ଜୀବନିକୁ ନେଇ ବହୁ ପୁସ୍ତକ ଲେଖିଥିବା ଡା.ନିର୍ମେଳେନ୍ଦୁ ଦାସ ପ୍ରମୁଖ ଭାଗ ନେଇ ଦେଶ ସ୍ୱାଧୀନତାରେ ଏହି ଦୁଇ ପରାକ୍ରମୀ ସ୍ୱାଧୀନତା ସଂଗ୍ରାମୀଙ୍କ ସଂପର୍କରେ ଆଲୋକପାତ କରିବା ସହିତ ଯୁବପିଢୀଙ୍କୁ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ଏହି ଆଲୋଚନାଚକ୍ରକୁ ବୁଦ୍ଧିଜୀବି ପ୍ରକୋଷ୍ଟ ସଂଯୋଜକ ଶ୍ରୀ ସଜ୍ଜନ ଶର୍ମା ପରିଚାଳନା କରିଥିଲେ । ବରିଷ୍ଠ ନେତା ରଂଜନ ପଟେଲ, ଭୂବନାନନ୍ଦ ତ୍ରିପାଠୀ, ରାଜ୍ୟ ମୁଖପାତ୍ର ବିରଂଚି ନାରାୟଣ ତ୍ରିପାଠୀ ଓ ଠାକୁର୍ ରଣଜିତ୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking