39.4 C
Bhubaneswar
Thursday, April 18, 2024
Homeଓଡିଶାରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଏକ ନମୁନା ମାତ୍ର – କଂଗ୍ରେସ

ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଏକ ନମୁନା ମାତ୍ର – କଂଗ୍ରେସ

*ରୋଗୀକୁ ଟ୍ରଲିରେ ବୋହି କଟକ ମେଡିକାଲ ନେବା ଘଟଣା –*

ଭୁବନେଶ୍ୱର – ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଦାସବିଦ୍ୟାଧରପୁର ଗ୍ରାମ ପଂଚାୟତର କବୀର ଭୋଇଙ୍କ ପତ୍ନି ସୁକାନ୍ତୀ ଭୋଇ ଗୁରୁତର ଅସୁସ୍ଥ ଥିବା ସତ୍ୱେ ସତ୍ୟବାଦୀ ଠାରୁ ଏସ୍‌.ସି.ବି. ମେଡିକାଲ, କଟକ ପର୍ଯ୍ୟନ୍ତ ନିଜେ ଟ୍ରଲି ଚଳାଇ ବୋହି ନେବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅପାରଗତାକୁ ପଦାରେ ପକାଇବା ସହିତ ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଏକ ଏକ ନମୁନା ମାତ୍ର ବୋଲି ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିଧାସଳଖ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ୧୦୮ ଆମ୍ବୁଲାନ୍‌ସ ସେବା କାହା ସ୍ୱାର୍ଥରେ ଅଭିଯୋଗ କରିବା ସହିତ ମୃତ ସୁକାନ୍ତିର ପରିବାରବର୍ଗଙ୍କୁ ସରକାର ୨୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିବା ସହିତ ଏ ସମସ୍ତ ଘଟଣାକୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିଜ ଆଡୁ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ହରିଚନ୍ଦନ ଦାବି କରିବା ସହିତ ୨୦ ବର୍ଷ ଶାସନ ଭିତରେ ବିଭିନ୍ନ ସମୟରେ ମନ୍ତ୍ରୀମାନଙ୍କୁ ବିଦା କରି ବାହାବା ନେଉଥିବା ମୁଖ୍ୟମନ୍ତ୍ରୀ ଏ ସମସ୍ତ ଅବ୍ୟବସ୍ଥା ପାଇଁ ନିଜେ ଉତରଦାୟୀ । ଦାନମାଝୀ ଘଟଣା ଠାରୁ ସରକାର କ’ଣ ଶିଖିଲେ ବୋଲି ଶ୍ରୀ ହରିଚନ୍ଦ ପ୍ରଶ୍ନ କରିବା ସହିତ ଆଗାମୀ ଦିନରେ ସାଧାରଣ ଜନତା ଏହାର ଜବାବ ଦେବେ । ଏହି ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗକୁ ନେଇ କଂଗ୍ରେସ ସାରା ରାଜ୍ୟରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ପୁରୀ ମୁଖ୍ୟ ଚିକିତ୍ସାଳୟର ଡାକ୍ତରମାନଙ୍କର ଭୂମିକାକୁ ନେଇ ପ୍ରଶ୍ନ କରିବା ସହିତ ପୁରୀ ଡାକ୍ତରଖାନାକୁ ମେଡିକାଲ କଲେଜ କରିବା ପାଇଁ ସରକାର ଭିତିଭୂମି ପ୍ରସ୍ତୁତି କରୁଥିବା ସ୍ଥଳେ ସୁକାନ୍ତୀର ରୋଗ ଚିହ୍ନଟ ନକରିପାରି ବୃହତର ଚିକିତ୍ସା ସୁବିଧା ପାଇଁ କଟକ କିମ୍ବା ଭୁବନେଶ୍ୱରକୁ ପଠାଇବା ପରିବର୍ତେ କ’ଣ ପାଇଁ ଘରକୁ ପଠାଇ ଦେଇଥିଲେ ଏବଂ ମୃତ ସୁକାନ୍ତୀର ଘର ଠାରୁ ୩ କିଲୋମିଟର ଦୂରରେ ଅଳଗୁମ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ଭୂମିକା ଅତ୍ୟନ୍ତ ସନ୍ଦେହଯୁକ୍ତ । ଏହାକୁ ନେଇ ଆଗାମୀ ଦିନରେ କଂଗ୍ରେସ କବୀର ପରିବାରକୁ ନ୍ୟାୟ ଦେବା ପାଇଁ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବ । ଶ୍ରୀ ମିଶ୍ର ଆହୁରି କହିଲେ ଯେ ପ୍ରସାଦ ହରିଚନ୍ଦନ ସତ୍ୟବାଦୀ ବିଧାୟକ ଥିବା ସମୟରେ ତାଙ୍କ ହାତପାଣ୍ଠିରୁ କିଣା ଯାଇଥିବା ଆମ୍ବୁଲାନ୍‌ସ କ’ଣ ପାଇଁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହେଲା । ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ପୁରୀ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅମୀୟ କୁମାର ପଟ୍ଟନାୟକ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking