କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ରତ୍ନଗର୍ଭା ଚମ୍ପୁଆ ବ୍ଲକରେ ହିତାଧିକାରୀଙ୍କ ଦୁରବସ୍ଥା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବିକଳାଙ୍ଗ ଭତ୍ତା ପାଇଁ ଦୀର୍ଘ 17କିଲୋମିଟର୍ ଦୂର ସ୍ବାମୀଙ୍କୁ ଏକ ହ୍ବିଲ୍ ଚେୟାରରେ ବ୍ଲକ୍ କାର୍ଯ୍ୟାଳୟକୁ ଠେଲି ଠେଲି ଆଣିଛନ୍ତି ପତ୍ନୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକରେ ।ସୂଚନା ଅନୁଯାୟୀ,ବଡନଈ ଗାଁର ଡୁଲୁଙ୍ଗ ଚାତମ୍ବାଙ୍କର ଗୋଟିଏ ଗୋଡ ଓ ହାତ ଅଚଳ ହୋଇଯାଇଥିଲା । ସେ ଏକ ବାର୍ଧକ୍ୟ ଓ ବିକଳାଙ୍ଗ ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଗୁହାରୀ କରି ବିଫଳ ହେବାରୁ ଆଜି ତାଙ୍କ ସ୍ତ୍ରୀ ବଡନଈରୁ ଚମ୍ପୁଆ ବ୍ଲକ କାର୍ଯ୍ୟାଳୟ ଯାଏ ଦୀର୍ଘ 17କିଲୋମିଟର ଦୂର ଏକ ହ୍ବିଲ୍ ଚେୟାରରେ ସ୍ବାମୀଙ୍କୁ ଠେଲି ଠେଲି ଆଣିଥିଲେ ।ଯାହା ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । ଦୀର୍ଘ 5ଘଣ୍ଟା ଚାଲି ଚାଲି ହ୍ବିଲ୍ ଚେୟାରରେ ଆସି ସ୍ବାମୀ-ସ୍ତ୍ରୀ ଦୁହେଁ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିକଳାଙ୍ଗ ଭତ୍ତା ପାଇଁ କର୍ତ୍ତୃପକ୍ଷଙ୍କୁ ନିବେଦନ କରିଛନ୍ତି ।