ଆଇପିଏଲ୍‌-୧୩ : ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍‌

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଚଳିତ ଆଇପିଏଲର ୨୯ ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୨୦ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗସ୍ ।‌ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ବତ୍ତି ଚେନ୍ନାଇ ୧୬୭ ରନ୍ କରିଥିଲା। ଏହାପରେ ଦ୍ବିତୀୟ ପାଳିରେ ହାଇଦ୍ରାବାଦ ୧୬୮ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୮ ୱିକେଟ ହରାଇ ୧୪୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ରଥମରୁ ଧିମା ବ୍ୟାଟିଂ ଦେଖିବାକୁ ମିଳିଥିଲା ଡେଭିଡ ୱାର୍ଣ୍ଣର ୯ ରନ୍‌ କରିଥିବା ବେଳେ ଜନି ବେୟାରଷ୍ଟୋ ୧୬ ଆଉଟ ହୋଇଥିଲେ । ଅନ୍ୟପଟେ କେନ୍ ୱିଲିୟମ୍ସନ୍ ୩୯ ବଲରେ ୫୭ ରନ୍‌ କରିଥିଲେ ମଧ୍ୟ ଦଳକୁ ବିଜୟ ଦେବାରେ ସକ୍ଷମ ହୋଇ ନଥିଲେ । ଚେନ୍ନାଇ ପକ୍ଷରୁ କରଣ ଶର୍ମା ଓ ବ୍ରାଭୋ ୨-୨ଟି ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର ଓ ସାମ୍ କରନ୍ ୧-୧ ୱିକେଟ ନେଇ ଚେନ୍ନାଇକୁ ବିଜୟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here