42.1 C
Bhubaneswar
Saturday, April 27, 2024
Homeଓଡିଶାଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ସୁନନ୍ଦା ପାଣିଗ୍ରାହୀ ଫାଉଣ୍ଡେସନ ଗଠନ

ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ସୁନନ୍ଦା ପାଣିଗ୍ରାହୀ ଫାଉଣ୍ଡେସନ ଗଠନ

ଭୁବନେଶ୍ୱର: ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀ କଂଗ୍ରେସରେ ଜଣେ ପ୍ରଖ୍ୟାତ ନେତା ମନ୍ତ୍ରୀ, ସାଂସଦ, ଟ୍ରେଡ ୟୁନିୟନ ନେତା ଏବଂ ଜଣେ ସୁଦକ୍ଷ ଯୁବ କ୍ୟାବିନେଟ ମନ୍ତ୍ରୀ ଭାବରେ ସେ ସମସ୍ତଙ୍କ ପାଇଁ ସ୍ମରଣୀୟ ହୋଇ ରହିଛନ୍ତି । ତାଙ୍କ ସମ୍ମାନର୍ଥେ ଏ ଜାତୀୟ ସମାଜ ପାଇଁ ଶ୍ରୀ ବଲ୍ଲଭ ଓ ସୁନନ୍ଦା ପାଣିଗ୍ରାହୀ ଗଠନ କରାଯାଇଛି । ଏହି ଅବସରରେ ଶ୍ରୀ ବଲ୍ଲଭ ପାଣିଗ୍ରାହୀଙ୍କ ସହପାଠୀ ତଥା ନିକଟତର ବନ୍ଧୁ ତଥା ୧୯୬୦ ମସିହାରୁ ତାଙ୍କ ପରିବାର ସହ ଜଡ଼ିତ ଥିବା ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଫାଉଣ୍ଡେସନର ଶୁଭଉନ୍ମୋଚନ କରିଛନ୍ତି । ଯେପରି ସମାଜର ମୂଲ୍ୟ ନିରପତତା ସହ ଏକ ଜନମଙ୍ଗଳ ରାଷ୍ଟ୍ରରେ ମୂଲ୍ୟବୋଧ ପ୍ରତିଷ୍ଠା କରିବା ପାଇଁ ୰ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ୰ ସୁନନ୍ଦା ପାଣିଗ୍ରାହୀ ଲକ୍ଷ ଧେୟ ଓ ନିଷ୍ଠାର ସହ କାର୍ଯ୍ୟ କରିଆସୁଥିଲେ ସେହିପରି ଏହି ଫାଉଣ୍ଡେସନ କାର୍ଯ୍ୟକରିବ ବୋଲି ଆଶାପୋଷଣ କରି ଫାଉଣ୍ଡେସନର ଉତୋରତର କାମନା କରିଛନ୍ତି ଶ୍ରୀ ପଟ୍ଟନାୟକ । ଜନସାଧାଣଙ୍କ ଜୀବନକୁ ଏକ ଲକ୍ଷ ଓ ଆଦର୍ଶରେ ପହଂଚାଇ ଏକ ଭଲ ଶାସନ ବ୍ୟବସ୍ଥା କିପରି ଅଣାଯାଇ ପାରିବ ଏବଂ ସାଧାରଣ ବର୍ଗର ଲୋକମାନେ ଯେଉଁମାନେ କି ଅର୍ଥନୈତିକ ଅନଗ୍ରସର ଏବଂ ସୁଖ ସୁବିଧାରୁ ବଂଚିତ ସେହିମାନଙ୍କୁ ସମାଜରେ ସ୍ଥାନ ଦେବା ପାଇଁ ଓ ସମାଜକୁ ଉତ୍‌ଥାନ କରିବା ସହ ଶିକ୍ଷା ମାଧ୍ୟମରେ ସମାଜର କିପରି ଉନ୍ନତି ହୋଇ ପାରିବ ସେଥିପାଇଁ ଚେଷ୍ଟା କରିବା କାର୍ଯ୍ୟ ଅତ୍ୟନ୍ତ ଉତମ ବୋଲି ଫାଉଣ୍ଡେସନର ପ୍ରଶସ୍ନା କରିଥିଲେ ଶ୍ରୀ ପଟ୍ଟନାୟକ । ତାଙ୍କ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସେ ମଧ୍ୟ ସେହି ପ୍ରକାର ମୋର ବନ୍ଧୁ ରହିଆସିଥିଲେ । ସାମାଜିକ କ୍ଷେତ୍ରରେ ମାତ୍ର ୩୨ ବର୍ଷ ବୟସରେ ୧୯୭୩ ମସିହାରେ ଭାରତରେ ସର୍ବକନିଷ୍ଠ ମନ୍ତ୍ରୀ ଭାବରେ ଅନେକ ଗୁଡ଼ିଏ ଜନମଙ୍ଗଳ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ ଯାହାକି ଏବେବି ସ୍ମରଣୀୟ ହୋଇ ରହିଛି । ସ୍ୱର୍ଗତ ପାଣିଗ୍ରାହୀ ଜଣେ ନିଷ୍ଠାବାନ, ଦକ୍ଷପ୍ରଶାସକ ଏବଂ ସୁବକ୍ତା ଭାବରେ ସାରା ଭାରତରେ ପରିଚିତ ଥିଲେ । ୰ ପାଣିଗ୍ରାହୀଙ୍କ ଜ୍ୟେଷ୍ଠ ପୁତ୍ର ତଥା ପ୍ରଖ୍ୟାତ ଏନ୍‌ଆରଆଇ, ବୃତିଗତ ପରିଚାଳନା ଦକ୍ଷ ଶ୍ରୀ ପ୍ରିୟଦର୍ଶୀ ପାଣିଗ୍ରାହୀ ଏହି ଅନୁଷ୍ଠାନର ଲକ୍ଷ ଓ ଆଦର୍ଶ ସଂକ୍ରାନ୍ତରେ ସମ୍ୟକ ସୂଚନା ଦେଇ କହିଥିଲେ ଯେଉଁ ନିର୍ବାଚିତ ପ୍ରତିନିଧି ଆସୁଛନ୍ତି ସେମାନଙ୍କର ଉତମ ଦାୟିତ୍ୱ ନିର୍ବାହ କରିବା ପାଇଁ ସେମାନଙ୍କୁ କିଭଳି ଉତମ ତାଲିମ ମିଳିପାରିବ ଓ ଉତମ ଶାସନ ବ୍ୟବସ୍ଥାର ଉନ୍ନତି ଆସିପାରିବ ସେ ସଂକ୍ରାନ୍ତରେ କାର୍ଯ୍ୟକରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ତାଙ୍କର କନିଷ୍ଠ ପୁତ୍ର ତଥା ବରିଷ୍ଠ ଅର୍ଥନୀତିକ ବୃତିଗତ ପରିଚାଳନାର ସଦସ୍ୟ ରାଜଶ୍ରୀ ପାଣିଗ୍ରାହୀ ଏ ସଂକ୍ରାନ୍ତରେ ସୂଚନା ଦେଇ ଏହାର ନୀତି କିଭଳି ପିତାମାତାଙ୍କ ଉପରେ ଅବଧାରିତ ରହିବା ପାଇଁ ଏହି ଫାଉଣ୍ଡସେନର ବଳିଷ୍ଠ ଭୂମିକା ନିର୍ବାହ କରିବ ଏବଂ ଏହାପରେ ଆଗାମୀ ପୀଢ଼ି ମାନଙ୍କ ପାଇଁ କିଭଳି ପ୍ରେରଣାଦାୟୀ ହୋଇପାରିବେ ତାହା ଏହି ଫାଉଣ୍ଡେସନର ଲକ୍ଷ ଓ ଆଦର୍ଶ ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାନସଭା ସଦସ୍ୟ ତଥା ଫାଉଣ୍ଡେସନର ସଦସ୍ୟ ସ୍ୱର୍ଗତ ପାଣିଗ୍ରାହୀଙ୍କ ଭଉଣୀ ରାଶେଶ୍ୱରୀ ପାଣିଗ୍ରାହୀ ଭିଡିଓ କନ୍‌ଫ୍ରେନ୍ସ ମାଧ୍ୟମରେ ଯୋଗଦେଇ ୰ ଶ୍ରୀବଲ୍ଲଭ ପାଣିଗ୍ରାହୀ ଓ ସୁନନ୍ଦା ପାଣିଗ୍ରାହୀଙ୍କ ଜୀବନ ଚର୍ଜ୍ୟା ଉପରେ ଆଲୋକପାତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking