37.1 C
Bhubaneswar
Thursday, March 28, 2024
Homeଅପରାଧ୮ ବର୍ଷ ଶିଶୁ ସହିତ ମାମୁଁ କଲା ଏପରି...

୮ ବର୍ଷ ଶିଶୁ ସହିତ ମାମୁଁ କଲା ଏପରି…

ଜୟପୁର : ଜୟପୁର ଠାରେ ମଙ୍ଗଳବାର ଏକ ୮ ବର୍ଷର ନାବାଳିକା ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ରେ ଜଣେ ପଡୋଶୀଙ୍କୁ ଗିରଫ କରିଛି ପୋଲିସ । ସହରର ଏକ ଞ୍ଚଳରେ ୮ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ଆରୋପୀକୁ ଶିଶୁଟି ମାମୁଁ ବୋଲିି ଡାକେ । ଏହି ଘଟଣା ଘଟିବାର ୯ ଘଣ୍ଟା ମଧ୍ୟରେ ଫେରାର ହୋଇଯାଇଥିବା ଆରୋପୀକୁ ପୋଲିସ ଗିରଫ କରିନେଇଛି ।

ଜୟପୁରର ଡିସିପି ହରେନ୍ଦ୍ର ମହାବର ଘଟଣାର ଖୁଲାସା କରି କହିଛନ୍ତି ଯେ, ସୋମବାର ରାତିରେ ଏଲିମେଣ୍ଟ ମଲର ସାମନାରେ ଏଚଏଚଆଇ ର ନିର୍ମାଣାଧୀନ ବିଲଡିଂରେ ଏହି ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଥିଲା । ଯାଞ୍ଚ ପରେ ଜଣାପଡିଲାଯେ, ଶିଶୁ ଟିର ପରିବାର ନିର୍ମାଣାଧୀନ ବିଲଡିଂର ପାଖରେ ରହୁଥିଲେ । ସେହି ବିଲଡିଂରେ ରହୁଥିବା ଜଣେ ଶ୍ରମିକ ଶିଶୁ ଟିର ମୁହଁ ବନ୍ଦ କରି ତା ସହ ଦୁଷ୍କର୍ମ କରିଥିଲା ଓ ଫେରାର ହୋଇଯାଇଥିଲା । ପୋଲିସ ଏହି ମାମଲାକୁ ଗମ୍ଭିରତାର ସହ ନେଇ ଫେରାର ଆରୋପୀକୁ ଧରିବା ପାଇଁ ଏକ ସ୍ପେଶାଲ ଟିମ ଗଠନ କରିଥିଲା ।

ପୋଲିସକୁ ମିଳିଥିବା ସୂଚନା ଅନୁଯାୟୀ ଆରୋପୀ ଜଣକ ମୁହଁରେ କପଡା ବାନ୍ଧି ବସ ଷ୍ଟେସନ ଆଡକୁ ଯାଉଥିଲା । ଏହାପରେ ସିଭିଲ ପୋଷାକରେ ପୋଲିସ ସେଠାରେ ପହଞ୍ଚି ଖୋଜା ଖୋଜି କରିବା ପରେ ଆରୋପୀକୁ ଧରିବାରେ ସଫଳ ହୋଇଥିଲା । ଏହାପରେ ଆରୋପୀକୁ ପୋଲିସ ଥାନା ନେଇ ପଚରାଉଚରା କରିବା ପରେ ସେ ନିଜର ଦୋଷ ସ୍ୱୀକାର କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking