29.1 C
Bhubaneswar
Saturday, April 27, 2024
Homeଓଡିଶାକେନ୍ଦ୍ରର ମୋଦୀ ସରକାର ଭାରତବର୍ଷର ଦୁର୍ଦ୍ଦିନର କାରଣ: ପ୍ରଦେଶ କଂଗ୍ରେସ

କେନ୍ଦ୍ରର ମୋଦୀ ସରକାର ଭାରତବର୍ଷର ଦୁର୍ଦ୍ଦିନର କାରଣ: ପ୍ରଦେଶ କଂଗ୍ରେସ

ଭୁବନେଶ୍ୱର – ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତୀୟ ଜାତୀୟ କଂଗ୍ରେସର
ବରିଷ୍ଠ ମୁଖପାତ୍ର ଅଖିଲେଷ ପ୍ରତାପସିଂଜୀ ମୋଦୀ ସରକାର ଭାରତବର୍ଷର ସମସ୍ତ ନାଗରିକଙ୍କ ପାଇଁ ଏକ ସୁଖଃଦ ଦିନର ପ୍ରତିଶୃତି
ଦେଇଥିଲେ । କିନ୍ତୁ ୫ବର୍ଷ ୭ମାସ ବିତିଗଲା ସାରା ଭାରତବର୍ଷର ପ୍ରତ୍ୟେକ ବର୍ଗର ଲୋକ ସୁଖଃଦ ଦିନକୁ ଚାହିଁ ଚାହିଁ ଥକିପଡ଼ିଲେଣି ।
ପ୍ରଥମ ପାଳିରେ ଭାରତ ବର୍ଷର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିଦେଶରୁ କଳାଧନ ଫେରାଇ ଆଣିବା ଏବଂ ଦେଶ ଭିତରେ ଥିବା
କଳାଧନକୁ ଜବତ କରିବାପାଇଁ ବିମୁଦ୍ରୀକରଣ କରିଥିଲେ । କିନ୍ତୁ ବିଦେଶରୁ କେତେ କଳାଧନ ଆସିଲା । ଦେଶ ଭିତରୁ କେଉଁ ସୂତ୍ରରୁ
କଳାଧନ ଯବତ କରାଗଲା ଆଜି ପର୍ଯ୍ୟନ୍ତ ତାହାର କୋଣସୀ ତଥ୍ୟ ଦେଶବାସୀଙ୍କ ସାମନାରେ ରଖାଗଲା ନାହିଁ । ଦେଶର ଅର୍ଥନୀତି ଆଜି
ରସାତଳଗାମୀ । ଜିଡିପି ଗ୍ରୋଥ ୪.୫ ରୁ ମଧ୍ୟ କମ୍ । ଭାରତ ବର୍ଷର ସମସ୍ତ ମୂଳ ଶିଳ୍ପ, ମୋଟରଜାନ ଶିଳ୍ପ, ବିସ୍କୁଟ୍‌ଶିଳ୍ପ ଏବଂ ଅନ୍ୟାନ୍ୟ
ଶିଳ୍ପ ସବୁ ଆଜି ତଳକୁ ତଳକୁ ଯିବାରେ ଲାଗିଛନ୍ତି । ସରକାରଙ୍କ ପାଖରେ କୌଣସୀ ଠୋସ ପଦକ୍ଷେପ ନାହିଁ ନିତ୍ୟ ବ୍ୟବହାର୍ଯ୍ୟ, ଖାଦ୍ୟ
ପଦାର୍ଥ, ପେଟ୍ରୋଲ, ଡିଜେଲ, ଜାଲେଣୀ ଗ୍ୟାସ ଯାହା ଭାରତ ବର୍ଷର ସବୁ ବର୍ଗର ଲୋକଙ୍କ ପାଇଁ ଆବଶ୍ୟକ ତାହା ଆଜି ଆକାଶ ଛୁଆଁ ।
ଯେଉଁ ଗ୍ୟାସକୁ ୨୦୧୪ ରେ ୪୧୬ ରେ କିଣାଯାଉଥିଲା ବର୍ତମାନ ତାହା ୭୪୦ଟଙ୍କାରେ ପହଂଚିଛି । ଡାଲି, ଚିନି, ଖାଇବାତେଲ, ଚା,
ଆଳୁ, ପିଆଜ ଦରଦାମ କଥା କହିଲେ ନସରେ । ଭାରତ ବର୍ଷର କୋଟି କୋଟି ବେକାର ଯୁବକ ଆଜି ରାଜରାସ୍ତାରେ । କିନ୍ତୁ ପ୍ରଧାନମନ୍ତ୍ରୀ
କହିଥିଲେ ପ୍ରତିବର୍ଷ ୨କୋଟି ଯୁବକମାନଙ୍କୁ ରୋଜଗାର ପ୍ରଦାନ କରିବେ । ଏ ବେରୋଜଗାରୀ ୪୫ ବର୍ଷର ସବୁଠାରୁ କମ୍ ରେକର୍ଡକୁ
ଛୁଇଁ ସାରିଛି । କିନ୍ତୁ ପ୍ରଧାନ ମନ୍ତ୍ରୀ ମନକି ବାତ କହିବାରେ ମାହିର କିନ୍ତୁ ଦେଶକି ବାତ କହିବାରେ ତାଙ୍କ ପାଖରେ ସମୟ ନାହିଁ । ଭାରତ
ବର୍ଷର ଜନଗଣ ଏ ସରକାରକୁ ବହୁମତ ଦେଇଥିଲେ କେବଳ ସୁନ୍ଦର ଏବଂ ଭାରତ ମଜବୁତ ପାଇଁ । କିନ୍ତୁ ଏ ସରକାର ଭାରତବର୍ଷର
ସମ୍ବିଧାନର ଯେଉଁ ମୂଳମନ୍ତ୍ର ଏବଂ ଉଦ୍ଦେଶ୍ୟକୁ ଛାରକାର କରିଦେଇଛି । ଭାରତବର୍ଷକୁ ଆଜି ଜାତି ଜାତି ଭିତରେ ବିଭାଜନ କରିବାକୁ
ଚେଷ୍ଟିତ । ଆସାମରେ ପ୍ରଥମେ ଏନଆରସି କରାଗଲା କିନ୍ତୁ ଆସାମର ଏନଆରସିର ଫଳାଫଳ ତାଙ୍କୁ ନସୁହାଇବା ଯୋଗୁଁ ଭାରତର
ସମ୍ବିଧାନରେ ନାଗରିକତ୍ୱ ଆଇନକୁ ସଂଶୋଧନ କରି ଏକ ପରିବର୍ତିତ ନାଗରିକତ୍ୱ ଆଇନ ଆଣିଲେ ଯଦ୍ୱାରାକି ଭାରତବର୍ଷକୁ ଏକ
ଧର୍ମଭିର୍ତିକ ରାଷ୍ଟ୍ରରେ ପରିଣତ କରିବାରେ ଲାଗିପଡ଼ିଛନ୍ତି । ଯଦ୍ୱାରାକି ଭାରତବର୍ଷର ଯେଉଁ ମୂଳ ଗର୍ବ, ଗୌରବ, ଗାରିମା ପ୍ରତି ଏକ
ପ୍ରଶ୍ନବାଚୀ ସୁଷ୍ଟି ହୋଇଛି । ବିଶ୍ୱ ଦରବାରରେ ଭାରତ ବର୍ଷର ଗାରିମା ଆଜି ଭୁଲୁଣ୍ଠିତ ଭାରତ ବର୍ଷର ଐକତା, ସଂହତି, ଭାତୃତ୍ୱ ଭାବ
ଆଜି କଉଠି ନା କଉଠି ନଷ୍ଟ ହୋଇଯିବାକୁ ବସିଲାଣି । ଭାରତର ସମ୍ବିଧାନ ଆଜି ସମ୍ବିଧାନକୁ ଖୋଲାଖୋଲି ଉଲଙ୍ଘନ କରାଯାଉଛି ।
ସମ୍ବିଧାନର ମୂଳମନ୍ତ୍ରକୁ ଧ୍ୱଂସ କରିବାରେ ଲାଗିପଡ଼ିଛନ୍ତି । ଏ ସରକାର ନାରୀମାନଙ୍କ ସୂରକ୍ଷା ଦେବାରେ ବିଫଳ, ବେଟିପଢ଼ାଓ ବେଟି
ବଂଚାଓର ନାରା ଦେଇଥିବା ସରକାର ତାଙ୍କର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଦଳର ବିଧାୟକ ନାରୀମାନଙ୍କ ଉପରେ ଅତ୍ୟାଚାର
କରୁଛନ୍ତି । ଯେଉଁ ପୀଡ଼ିତା ମହିଳା ଏ ଅଭିଯୋଗ ଆଣିଲା ସେ ଆଜି ଜେଲ୍‌ରେ ଆଉ ଯିଏ ଅତ୍ୟାଚର କଲା ସିଏ ଆଜି ଖୁଲମଖୋଲା
ବୁଲିପାରୁଛି । ଗରୀବ ମହିଳାମାନଙ୍କ ଆଖିଣୁ ଲୁହ ପୋଛିବା ପାଇଁ ଯେଉଁ ଉଜ୍ଜଳା ଯୋଜନା ଘୋଷଣା କରାଯାଇଥିଲା । ଆଜି ସେ
ଯୋଜନାର ଅଧିକାଂଶ ଗୃହିଣୀ ଦ୍ୱିତୀୟଥର ପାଇଁ ଗ୍ୟାସ ଭରିପାରୁ ନାହାନ୍ତି । ଏବଂ ଏହି ଯୋଜନାର କୋଟି କୋଟି ଟଙ୍କାର ଦୁର୍ନୀତି
ହୋଇଥିବାର ଖୋଦ ପ୍ରମାଣ ପାଇସାରିଲେଣି । ତଥାପି ଏ ସରକାର ସ୍ୱଚ୍ଛବୋଲି ଡିଣ୍ଡିମ ପିଟୁଛନ୍ତି । ଯେଉଁଭଳି ଭାବରେ ଆଜି ଏ ସରକାର
ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଟାରଗେଟ କରୁଛି ତାହାଦ୍ୱାର ଭାରତବର୍ଷର ଭାତୃତଭାବର ଯେଉଁ ସୁନାମ ଥିଲା ତାହାପ୍ରତି ଏକ ବଡ଼ ପ୍ରଶ୍ନବାଚୀ
ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ ଭାରତ ବର୍ଷର ସମସ୍ତ ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ଭାଙ୍ଗି ଛାରଖାର କରି ଦିଆଯାଇ ସାରିଲାଣି ।
ଏବେ ଭାରତ ସରକାର ଏନ୍‌ପିଆର ଆରମ୍ଭ କରିଛନ୍ତି କିନ୍ତୁ ଯଦି ଜନଗଣା ଆରମ୍ଭ କରାଯାଇଛି ତାହାହେଲେ ଏନ୍‌ପିଆର ଆବଶ୍ୟକତା
କେଉଁଠି । ଯଦି ଏନ୍‌ପିଆର ୧୫ଟି ତଥ୍ୟ ମଗାଯାଇଥିଲା ଏବେ କାହିଁକି ୨୧ଟି ତଥ୍ୟ ମଗାଯାଉଛି । କେଉଁଠି ନା କେଉଁଠି ଭାଇ ଭାଇ
ଭିତରେ ଜାତି ଜାତି ଭିତରେ ଧର୍ମ ଧର୍ମ ଭିତିରେ ଲଢ଼େଇ କରିବାର ଏକ ଅପଚେଷ୍ଟା । ନବୀନବାବୁ ଜଣେ ବହୁରୁପି ନେତା ଓଡ଼ିଶାରେ
ଚରିତ୍ର ଅଲଗା କିନ୍ତୁ ଦିଲ୍ଲୀଗଲେ ତାଙ୍କର ଚରିତ୍ର ବଦଳିଯାଏ । ଧର୍ମ ନିରପେକ୍ଷତାର ଡିଣ୍ଡିମି ପିଟୁଥିବା ନବୀନ ବାବୁ ଜଣେ ସାମ୍ପ୍ରଦାୟିକ
ବାଦୀ । ମୋଦି ସରକାର ଇଷ୍ଟ୍‌ଇଣ୍ଡିଆ କମ୍ପାନୀ ୨ ସାଂଗରେ ସମାନ । ଏହି ଅବସରରେ ଓଡ଼ିଶା ସରକାରଙ୍କ ବିଫଳତା ନେଇ
ଆଲୋକପାତ କରିଥିଲେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଆଇସିସି
ସଂପାଦକ ଜୀ ରୁଦ୍ରରାଜୁ, ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ପ୍ରାକ୍ତନ ମିଡ଼ିଆ ସେଲର ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ପ୍ରମୁଖ
ଉପସ୍ଥିତଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking