40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶବିଜେପି ବିଜ୍ଞାପନ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ବିଜେପି ବିଜ୍ଞାପନ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହେବା ସହ ଦେଶବ୍ୟାପୀ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇସାରିଛି । କିନ୍ତୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ବି ‘ମୋଦୀ ପରିବାର’ ଏବଂ ‘ମୋଦୀ କି ଗ୍ୟାରେଣ୍ଟି’ ନାମରେ ବିଜ୍ଞାପନ ପ୍ରଚାର ପ୍ରସାର କରାଯାଉଥିବା ଦେଖିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ଏହି ଆଭିମୁଖ୍ୟ ବିରୋଧରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ପ୍ରଚାର ପାଇଁ ପ୍ରଦେଶ ବିଜେପି ରାଜ୍ୟ ସମ୍ବଳର ଅପବ୍ୟବହାର କରୁଥିବା ଅଭିଯୋଗ ଆଣିଛି କଂଗ୍ରେସ । ‘ମୋଦୀ ପରିବାର’ ଏବଂ ‘ମୋଦୀ କି ଗ୍ୟାରେଣ୍ଟି’ ବିଜ୍ଞାପନ ଆଳରେ ବିଜେପି, ନିର୍ବାଚନୀ ଆଚରଣ ବିଧି ନିୟମର ଉଲ୍ଲଂଘନ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଏଥିସହ ଏସବୁ ପଛରେ ଥିବା ଅଧିକାରୀସ୍ତରୀୟ ବ୍ୟକ୍ତିବିଶେଷଙ୍କୁ ତୁରନ୍ତ ପଦରୁ ହଟାଇବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କଂଗ୍ରେସ ଦାବି କରିଛି । ପ୍ରକାଶ, ମୁକୁଲ୍ ୱାସନିକ୍‌, ସଲମାନ୍ ଖୁର୍ସିଦ୍ ଓ ସୁପ୍ରିୟା ସୁଲେଙ୍କୁ ନେଇ ଗଠିତ କଂଗ୍ରେସ ନେତାଙ୍କ ଏକ ପ୍ରତିନିଧି ଦଳ, ଗୁରୁବାର ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରିବା ସହ ବିଜେପି ବିରୋଧରେ ନିର୍ବାଚନ ଆରଣ ବିଧି ଉଲ୍ଲଂଘନଜନିତ ଏକାଧିକ ଅଭିଯୋଗ ଲିଖିତ ଆକାରରେ ଦାଖଲ କରିବା ସହ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ମଧ୍ୟ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking