33.1 C
Bhubaneswar
Friday, April 26, 2024
Homeଓଡିଶାଅଜୟ ବାଲୀ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ସଂଯୋଜକ ମନୋନୀତ : ଛାତ୍ର କଂଗ୍ରେସ ତରଫରୁ...

ଅଜୟ ବାଲୀ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ସଂଯୋଜକ ମନୋନୀତ : ଛାତ୍ର କଂଗ୍ରେସ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ଦଳର ପୁର୍ବତନ ରାଜ୍ୟ ସଂପାଦକ ଅଜୟ ବାଲୀଙ୍କ ଉପରେ ଦଳ ପୁଣି ଥରେ ବିଶ୍ୱାସ ଦେଖାଇଛି । ଏଥର ଦଳ ତାଙ୍କୁ ଅବିଭକ୍ତ ବଲାଙ୍ଗିର (ବାଲାଙ୍ଗିର ଓ ସୋନପୁର ଜିଲ୍ଲା)ର ରାଜୀବ ଗାନ୍ଧୀ ପାଞ୍ଚାୟତିରାଜ ସଂଗଠନର ସଂଯୋଜକ ଭାବେ ମନୋନୀତ କରିଛି । ବଲାଙ୍ଗିର ଓ ସୋନପୁର ଜିଲ୍ଲାରେ ତୃଣମୁଳ ସ୍ତରରୁ ଲୋକଙ୍କ ପାଇଁ କାମ କରି କଂଗ୍ରେସ ଦଳକୁ ମଜବୁତ କରିବା ନିମନ୍ତେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ସହ ସଂଶୋଧନ ୧୩ ଓ ୧୪ରେ ଉ‌ଲ୍ଲିଖିତ ଗରିବ ଜନସାଧାରଣ‌ଙ୍କ ହକ୍‌ ପାଇଁ କାମ କରିବା ଦାୟି‌ତ୍ୱ ପ୍ରଦାନ କରିଛି । ଏହି ପଦରେ ଅଜୟ ବାଲୀ ମନୋନୀତ ହେବା ପରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ପିସିସି ପ୍ରବକ୍ତା ସମରେନ୍ଦ୍ର ମିଶ୍ର ଓ ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏହି ଅବସରରେ ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ସ୍ଥାନୀୟ କଂଗ୍ରେସ ଭବନ ଠାରେ ଅଜୟ ବାଲୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅଜୟ ବାଲୀଙ୍କ ପରି ଦକ୍ଷ ସଂଗଠକ ଏହି ପଦର ଉଚିତ ମର୍ୟ୍ୟାଦା ରଖିବା ସହ ଗାଁ ମଫସଲର ଗରିବ ଜନସାଧାରଣଙ୍କ ପାଇଁ କାମ କରି କଂଗ୍ରେସ ଦଳକୁୁ ତୃଣମୁଳ ସ୍ତରରୁ ମଜବୁତ କରିବେ ବୋଲି ଛାତ୍ର କଂଗ୍ରେସ ଆଶା ପ୍ରକଟ କରିଛି । ଜିଲ୍ଲା ଛାତ୍ର କଂଗ୍ରେସର ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ସଂଗଠନର ଲୋପନ ମିଶ୍ର, ନାସିର ଖାନ, ଅଜିତ ମହାନନ୍ଦ, ଟୁଲୁ ସେନ, ନିରଞ୍ଜନ ମିଶ୍ର, ସୁଭେନ୍ଦୁ ସାହୁ, ଅଞ୍ଚଲ ପଣ୍ଡା, ମଧୁ ନାଗ, ଶଙ୍କର ଓ ସୁଜିତ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking