29.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କଲେ ନୀତିଶ କୁମାର

ତେଜସ୍ୱୀ ଯାଦବଙ୍କୁ ଟାର୍ଗେଟ କଲେ ନୀତିଶ କୁମାର

ବିହାର : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ବାଚନ ପ୍ରଚାର ପ୍ରସାରର ମହୋଲ ଜୋରଦାର ଧରିଛି । ଜନସାଧାରଣଙ୍କ କ୍ରେଧର ଲକ୍ଷଣକୁ ଦେଖି ବାରମ୍ବାର ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ଅନେକ ସମୟରେ କ୍ରୋଧକୁ ମଧ୍ୟ ହରାଇଛନ୍ତି ।ତାଙ୍କର ସର୍ବଶେଷ ଅସନ୍ତୋଷରେ ସେ ଚାକିରୀର ପ୍ରତିଶୃତିକୁ “ବଗସ୍‌” ଭାବରେ ଖଣ୍ଡନ କରିଛନ୍ତି ।ଯଦିଓ ତାଙ୍କର ଟାର୍ଗେଟ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ,ତାଙ୍କର ସହଯୋଗୀ ବିଜେପି ଦଳଙ୍କୁ ମଧ୍ୟ ସମାନ ପ୍ରତିଶୃତି ଦେଇଛନ୍ତି । ନଭେମ୍ବର ୭ରେ ସମାପ୍ତ ହେବାକୁ ଥିବା ବିହାର ନିର୍ବାଚନରେ ଚାକିରି ଏକ ଦମଦାର ପ୍ରସଙ୍ଗ ପାଲଟଛି । ନିତୀଶ କୁମାର ଶୁକ୍ରବାର ଦିନ ପାରବାଟାରେ ରାଲିରେ ଯୋଗଦେଇ କହିଛନ୍ତି ଯେ,ଯେଉଁମାନେ କହୁଛନ୍ତି “ଆମେ ଆପଣଙ୍କୁ ଚାକିରି ଦେବୁ”ସେମାନେ ଭୋଟ ପାଇଁ ଏପରି କହି ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ।ନୀତିଶ କୁମାରଙ୍କ କାଉଣଂଟ ଲିଷ୍ଟ ମନ୍ତବ୍ୟ ସହଯୋଗୀ ବିଜେପି ପାଇଁ ଉଦ୍ଦିଷ୍ଟ କି ନାହିଁ ଜଣା ନାହିଁ ।କାରୋନା ସମୟରେ ଲୋକମାନେ ଜୀବିକାରୁ ଉଚ୍ଛେଦ ହୋଇଛନ୍ତି ଏଭଳି ସମୟରେ ଚାକିରି ଦେବେ ବୋଲି ମିଛ ପ୍ରିତଶୃତି ଦେଇ ଭିଡ଼ ଜମାଉଛନ୍ତି ।ଏପରି କି ତେଜସ୍ୱୀ ଯାଦବଙ୍କ ପିତା ଲାଲୁ ଯାଦବ ଯାହାଙ୍କୁ ଦୁର୍ନାତି ମାମଲାରେ ଜେଲ ଦଣ୍ଡ ଭୋଗୁଛନ୍ତି ତାକୁ ଆକ୍ଷେପ କରି ସିଧାସଳଖ ପ୍ରଶ୍ନ କରିଛନ୍ତି ଯେ , ସମସ୍ତ ଚାକିରି ପାଇଁ ସ୍କାମରୁ ଟଙ୍କା ପାଇବେ ନା ନକଲି ଟଙ୍କାର ମୁଦଷ୍ଠଚ୍ଚ କରିବେ ?

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking