34.1 C
Bhubaneswar
Wednesday, May 1, 2024
Homeଖେଳରାଜ୍ୟଗୋଷ୍ଠୀ କ୍ରୀଡ଼ା: ୫ କ୍ରୀଡ଼ାଗ୍ରାମରେ ରହିବେ ଭାରତୀୟ ପ୍ରତିଯୋଗୀ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ୫ କ୍ରୀଡ଼ାଗ୍ରାମରେ ରହିବେ ଭାରତୀୟ ପ୍ରତିଯୋଗୀ

ନୂଆଦିଲ୍ଲୀ: ଆସନ୍ତା ୨୮ରୁ ଇଂଲଣ୍ଡର ବର୍ମିଂହାମ୍‌ଠାରେ ଆରମ୍ଭ ହେଉଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଆଥଲେଟ୍ ଓ ଅଫିସିଆଲ୍‌ମାନେ ପୃଥକ୍ ଭାବେ ୫ଟି କ୍ରୀଡ଼ାଗ୍ରାମରେ ଅବସ୍ଥାନ କରିବେ । ସେହିପରି ଏଥିରେ ଭାଗ ନେଉଥିବା ଭାରତୀୟ ମହିଳା କ୍ରିକେଟ୍ ଦଳର ସଦସ୍ୟମାନେ ମଧ୍ୟ ଭିନ୍ନ ସ୍ଥାନରେ ରହିବେ । ଏହି ପ୍ରତିଯୋଗିତାରେ ଭାରତୀୟ ଆଥଲେଟ୍‌ମାନେ ୧୬ଟି ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିବେ । ଏହି ପ୍ରତିଯୋଗିତା ସକାଶେ ମୋଟ ୩୨୫ ଜଣ ଖେଳାଳି ଓ ଅଫିସିଆଲ୍ ବର୍ମିଂହାମ୍ ଗସ୍ତ କରିବେ । ସାଧାରଣତଃ କୌଣସି ପ୍ରତିଯୋଗିତାରେ ଗୋଟିଏ ଦେଶର ପ୍ରତିଯୋଗୀମାନେ ଏକ ନିର୍ଦ୍ଦିଷ୍ଟ କ୍ରୀଡ଼ାଗ୍ରାମରେ ଅବସ୍ଥାନ କରିବାର ପରମ୍ପରା ରହିଆସିଛି ।

କିନ୍ତୁ ବର୍ମିଂହାମ୍ ସଂସ୍କରଣର ଆୟୋଜକମାନେ ୫ଟି ଭିନ୍ନ ଭିନ୍ନ କ୍ରୀଡ଼ାଗ୍ରାମର ବନ୍ଦୋବସ୍ତ କରିଛନ୍ତି । ସୁଇମିଂ, ଆଥଲେଟିକ୍ସ, ଜିମ୍ନାଷ୍ଟିକ୍ସ, ସ୍କ୍ୱାଶ୍ ଓ ହକି ଖେଳାଳିମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମ ବର୍ମିଂହାମ୍‌ଠାରେ (ସିଜିବି), ବ୍ୟାଡ୍‌ମିଣ୍ଟନ୍‌, ବକ୍ସିଂ, ଟେବଲ୍ ଟେନିସ୍‌, ୱେଟ୍‌ଲିଫ୍‌ଟିଂ ଓ ଟ୍ରାଇଥଲନ୍ ପ୍ରତିଯୋଗୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମ ଏନ୍‌ଇସି( ସିଜିଏନ୍‌)ଠାରେ, ରେସ୍‌ଲିଂ, ଜୁଡୋ ଓ ଲନ୍ ବୋଲ୍ସ ପ୍ରତିଯୋଗୀମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମ ୱାରୱିକ୍ (ସିଜିଡବ୍‌ଲ୍ୟୁ)ଠାରେ, କ୍ରିକେଟର୍‌ମାନେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରାମ ସିଟି ସେଣ୍ଟର୍ (ସିଜିସି)ଠାରେ ଅବସ୍ଥାନ କରିବେ । ଆହୁରି ଲଣ୍ଡନରେ ସାଇକ୍ଲିଂ ଇଭେଣ୍ଟ୍ ଅନୁଷ୍ଠିତ ହେବାକୁ ଥିବାରୁ ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀମାନେ ସାଟେଲାଇଟ୍ ଭିଲେଜ୍ (ଏସ୍‌ଭିଏଲ୍‌)ଠାରେ ରହିବେ ବୋଲି ସୂଚନା ଦିଆଯାଇଛି ।

ଏହି ପ୍ରତିଯୋଗିତାରେ ପାଖାପାଖି ୫ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିବାକୁ ଥିବା ବେଳେ ସମଗ୍ର ପ୍ରତିଯୋଗିତାଟି ଏଜବାଷ୍ଟନ୍ କ୍ରିକେଟ୍ ଗ୍ରାଉଣ୍ଡ୍‌ଠାରେ ଅନୁଷ୍ଠିତ ହେବ । ସେହିପରି ପ୍ରତିଯୋଗିତାରେ ଭାଗ ନେବାକୁ ଥିବା ପ୍ରତିଟି ସଦସ୍ୟ ଇଂଲଣ୍ଡରେ ପହଞ୍ଚିବାର ୭୨ ଘଣ୍ଟା ପୂର୍ବରୁ ସେମାନଙ୍କର କୋଭିଡ୍ ଟେଷ୍ଟ୍ ହେବା ମଧ୍ୟ ଅପରିହାର୍ଯ୍ୟ ବୋଲି ଆୟୋଜକଙ୍କ ପକ୍ଷରୁ ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)କୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking