28.1 C
Bhubaneswar
Sunday, July 13, 2025
Homeଓଡିଶା ସ୍ୱାଭିମାନ ଅଞ୍ଚଳ ଲାଲଗଡରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

 ସ୍ୱାଭିମାନ ଅଞ୍ଚଳ ଲାଲଗଡରେ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ

ମାଲକାନଗିରି : ଲାଲଗଡ ରେ ଜିଲ୍ଲାପାଳ । ପ୍ରଥମ ଥର କରି ମାଲକାନଗିରି ସ୍ବାଭିମାନ ଅଞ୍ଚଳ ରେ ପହଁଚିଲେ ଜିଲ୍ଲାପାଳ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ପଦାଧିକାରୀ।  ସ୍ବାଭିମାନ ଅଞ୍ଚଳର ଅତି ମାଓ ପ୍ରବଣ ଯୋଡାମ୍ବ ଠାରେ ଆଜି ହଠାତ ଜିଲ୍ଲାପ୍ରଶାସନ ର ସୁଅ ଛୁଟି ଥିଲା । ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଯନ୍ତୁରାଇ ଗାଁ ରୁ ମୋଟର ସାଇକଲ ଯୋଗେ ଯୋଡାମ୍ବ ପଂଚାୟତ ପହଁଚି ଥିଲେ, ସେଠାରେ ଲୋକଙ୍କ ସୁଖ ଦୁଖ ବୁଝି ଥିଲେ। ଆଉ ପ୍ରଥମ ଥର କରି ଜିଲ୍ଲାପାଳ ଓ ଏସପିଙ୍କ ସମେତ ପୁରା ଜିଲ୍ଲା ପ୍ରଶାସନକୁ ଦେଖି, ସ୍ବାଭିମାନ ଅଂଚଳବାସୀ ନିଜ ବର୍ଷ ବର୍ଷ ର ଦୁଖ କଷ୍ଟ ବଖାଣି ଥିଲେ। ଯେଉଁଠି ପାଦେ ପାଦେ ରହିଛି ବିସ୍ଫୋରଣର ଭୟ। ତଥାପି ନିଜ ଜୀବନ କୁ ବାଜି ଲଗାଇ ଲାଲଗଡରେ ପହଁଚିଥିଲେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ସମେତ ଏସପି ରିଶିକେଷ କିଲ୍ଲାରୀ ଓ ପୁରା ସରକାରୀ କଳ। ଆଉ ପ୍ରଥମ ଥର କରି ପ୍ରଶାସନିକ ବାବୁଙ୍କୁ ନିଜ ପାଖରେ ପାଇ ବର୍ଷ ବର୍ଷ ର ଦୁଖ ଓ ରୋଷ ଓଜାଡି ଦେଇ ଥିଲେ ସ୍ଥାନୀୟ ଗ୍ରାମ ବାସୀ  । ସ୍ବାଧୀନତା ର ସାତ ଦଶକ ବିତିବା ପରେ ସ୍ବାଭିମାନ ଅଂଚଳବାସୀ ଏବେ ନିଜକୁ ଓଡିଶା କିମ୍ବା ମାଲକାନଗିରି ଜିଲ୍ଲାର ଅଂଶ ବିଶେଷ ବୋଲି ମନେ କରୁଛନ୍ତି। ପୁର୍ବରୁ ୨୦୧୧ ମସିହା ରେ ଜିଲ୍ଲାପାଳ ଆର. ଭିନିଲ କ୍ରୀଷ୍ଣା  ଅଂଚଳ କୁ ଯାଇ ମାଓବାଦୀଙ୍କ ଦ୍ବାରା ଅପହରଣ ହୋଇ ଥିଲେ,  ଆଉ ସେ ଦିନ ଠାରୁ ବିଚ୍ଛିନ୍ନାଞ୍ଚଳରେ ରେ କୌଣସି ସରକାରୀ ବାବୁଙ୍କ ପାଦ ପଡୁ ନ ଥିଲା।  ତେବେ ଗତ ଜୁଲାଇ ୨୦୧୮ ରେ ଗୁରିପ୍ରୀୟା ସେତୁ ନିର୍ମାଣ ପରେ ଆସ୍ତେ ଆସ୍ତେ ଲାଲଗଡ କୁ ଭେଦ କରିବାରେ ଲାଗିଛି ଜିଲ୍ଲା ପ୍ରଶାସନ। ଆଉ ଗତ ୨୬ ଜାନୁଆରି ଜନ୍ତୁରାଇ ଠାରେ ମାଓବାଦୀଙ୍କୁ ଗ୍ରାମବାସୀ ମାନେ ପିଟି ପିଟି ହତ୍ୟା  କରିବା ଘଟଣା ପରେ ଯୋଡାମ୍ବ ଯାଏଁ ପହଁଚିବାରେ ସଫଳ ହୋଇଛି ପ୍ରଶାସନ।  ଆଉ ସ୍ବାଭିମାନ ଅଂଚଳ ର ପାହାଡ ଚିରି ରାସ୍ତା ନିର୍ମାଣ ପରେ ପ୍ରଥମ ଥର କରି ଜିଲ୍ଲାପାଳ ଓ ଏସପି ପହଁଚି ସମସ୍ତ ସମସ୍ୟା ର ସମାଧାନ ଓ ଅଂଚଳବାସୀଙ୍କ ସୁରକ୍ଷା ଲାଗି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ଓ ଏସପି। ସ୍ବାଭିମାନ ଅଂଚଳର ଅଣ୍ଡ୍ରାପାଲି, ପଣସପୁଟ ଓ ଯନ୍ତ୍ରୀ ପଂଚାୟତ ରେ ଏବେ ବି ପ୍ରଶାନ ପହଁଚି ପାରି ନାହିଁ, ତେବେ ଆଗାମି ଦିନ ରେ ସରକାରୀ କଳ ସେମାନଙ୍କ ନିକଟରେ ପହଁଚିବା ନେଇ ଆଶା ବାନ୍ଧିଛନ୍ତି ୩ ପଂଚାୟତ ର ଲୋକେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking